Friday, March 29, 2024

Top 5 This Week

Related Posts

ଡାକ୍ତର ଖାନା ରେ ରୋଗୀ ଓ ସମ୍ପର୍କୀୟ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା(୧୪/୦୬) : ଡାକ୍ତର ଖାନା ରେ ଡାକ୍ତର ଠୁ ନେଇ କର୍ମଚାରୀ ଙ୍କ ଅଭାଵ ସହ ବ୍ୟାପକ ଅବ୍ୟବସ୍ଥା ତଥା ଆଇ.ସି.ୟୁ. ପରି ଜରୁରୀ ବ୍ୟବସ୍ଥା ନ ଥିବା ବେଳେ ଏ ନେଇ ରୋଗୀ ଓ ସମ୍ପର୍କୀୟ ଦୁର୍ଦ୍ଦଶା ର ଶୀକାର ହେବା ସାର ହେଉଛି ।

ନାହିଁ, ନାହିଁ ରେ ଚାଲିଥିବା ଏହି ଡାକ୍ତର ଖାନା ରେ ଲାଗି ରହିଥିବା ଅବ୍ୟବସ୍ଥା ନେଇ ସ୍ଥାନୀୟ ଡାକବଙ୍ଗଳା ରେ ଜନସେବା ସି.ବି.ଓ. ତଥା ଉପଖଣ୍ଡ ରକ୍ତଦାତା ସଙ୍ଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ କରାଯାଇଛି । ଏହି ସବଡ଼ିଭିଜିନାଲ ସରକାରୀ ଡାକ୍ତର ଖାନାକୁ ଡ଼ଃ ହେମନ୍ତ ମେହେର ନାମକ ଭେଷଜ ବିଶେସଜ୍ଞ ସପ୍ତାହ କୁ ଥରେ ଦୁଇ ଥର ଆସୁଥିବା ବେଳେ ଉକ୍ତ ଦିନ ଅସମ୍ଭାଳ ଭିଡ ସହ ରୋଗୀ ଓ ସମ୍ପର୍କୀୟ ଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ପ୍ରକାଶ ଯେ, ଗତ ଦୁଇ ଦିନ ତଳେ ଉକ୍ତ ଡାକ୍ତର ଶ୍ରୀ ମେହେର ଆସିଥିବା ବେଳେ ଡାକ୍ତର ଖାନା ର ଅସମ୍ଭାଳ ଭିଡ଼ ସହ ଦୀର୍ଘ ସମୟ ଲମ୍ବା ଧାଡିରେ ଥିବା ରୋଗୀ କାର୍ଯ୍ୟରତ ତିନୋଟି ଏସ ଆଇ ଏସ ର ସୁରକ୍ଷା ବିଭାଗ କର୍ମଚାରୀ ଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଏକ ପ୍ରକାର ରଣ କ୍ଷେତ୍ର ପାଲଟି ଯାଇଥିଲା । ପ୍ରକାଶ ଯେ, ସୁରକ୍ଷା ବ୍ୟବସ୍ଥାରେ ଥିବା ଉକ୍ତ ଜଣେ ଗାର୍ଡ ନିଶାସକ୍ତ ଅବସ୍ଥାରେ ବଙ୍ଗୋମୁଣ୍ଡା ଅଞ୍ଚଳରୁ ଲଳିତ ସାହୁ ତାଙ୍କ ମାଆ ଙ୍କୁ ଗୁରୁତର ଅବସ୍ଥାରେ ଆଣିଥିଲେ । ସେ ଉକ୍ତ ଗାର୍ଡ ଓ ଅନ୍ୟ ଦୁଇ ଜଣ ଉପସ୍ଥିତ ଗାର୍ଡ ଙ୍କୁ ଡାକ୍ତର ଙ୍କୁ ଅଵସ୍ଥା ଗୁରୁତର ଥିବାରୁ ଧାଡ଼ିରେ ନ ରଖି ଦେଖେଇଦେବା କୁ ଅନୁରୋଧ କରିଥିଲେ । ହେଲେ ଉକ୍ତ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଏନେଇ ସେ ଲିଖିତ ଅଭିଯୋଗ କରି ଥିବା ବେଳେ ଟିଟିଲାଗଡ ଓକିଲ ସଂଘ ର ଜଣେ ବରିଷ୍ଠ ଆଇନଜୀବୀ ତାଙ୍କ ମାଆ ଙ୍କୁ ନେଇ ଆସି ଅନୁରୂପ ଭାବେ ହଟହଟା ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହି ପରି ଘଟଣା ନିୟମିତ ଘଟି ଚାଲିଥିବା ବେଳେ ଏ ନେଇ କୌଣସି ପ୍ରତିକ୍ରିୟା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ସେହିପରି କିଛି ନିର୍ଦ୍ଧିଷ୍ଟ ସୁରକ୍ଷା କର୍ମୀ ଦାୟିତ୍ୱରେ ଥିବା କର୍ମଚାରୀ ଦୁର୍ବ୍ୟବହାର ସହ ନିଶାସକ୍ତ ଅବସ୍ଥାରେ ରହିବା, ଦୁର୍ବ୍ୟବହାର କରିବା ବାରମ୍ବାର ଅଭିଯୋଗ ହେଉଛି । ସେହିପରି ଇତି ମଧ୍ୟରେ ବିଶ୍ୱନାଥ ଶର୍ମା ନାମକ ଟିଟିଲାଗଡ ଠିକାଦାର ପଡ଼ା ର ଜଣେ ସ୍ୱେଚ୍ଛାସେବୀ ତାଙ୍କ ଭାଉଜଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏପରିକି ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନାରେ ପାଞ୍ଚ ଦିନ ରଖି ସୁଦ୍ଧା ସ୍ୱାସ୍ଥ୍ୟ ରେ ଉନ୍ନତି ନ ଆସିବାରୁ ଟିଟିଲାଗଡ ରେ ଭର୍ତ୍ତି କରି ଅନ୍ୟତ୍ର ନେଇ ଯିବାପାଇଁ ଔଷଧ ବିଭାଗ ରେ ରଖିଥିଲେ । ହେଲେ ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ସଲାଇନ ଲଗା ଯାଇଥିଲା ।

ହେଲେ ଉକ୍ତ ସାଲାଇନ ବନ୍ଦ ହୋଇ ଯିବା ରୁ ପରିବାର ଲୋକେ ବାରମ୍ବାର ନର୍ସିଂ କୋଠରୀ କୁ ଯାଇ ଉକ୍ତ ସାଲାଇନ ଚଳେଇଦେବାକୁ କାକୁତି ବିନତି କରିବା ସତ୍ୱେ ଉପସ୍ଥିତ କାର୍ଯ୍ୟରତ ନର୍ସ ଲିଲି ସାହୁ କିଛି ଶୁଣି ନ ଥିଲେ । ଏପରି କି ଦୀର୍ଘ ସମୟ ପରେ ଜଣେ ଡାକ୍ତରଖାନା ସୁଇପର ଯାଇ ଦେଖିଥିଲେ ହେଲେ ଚଳେଇ ପାରି ନ ଥିଲେ । ଦୀର୍ଘ ସମୟ ଏପରି ହଟହଟା ହେବା ପରେ ନିରାଶ ହୋଇ ବିଶାଖାପାଟଣା ଚାଲିଯାଇଥିଲେ ।

ଏନେଇ ଶ୍ରୀ ଶର୍ମା ଅଦାଲତ ର ଦ୍ୱାରସ୍ଥ ହେବା ଆମ ନିକଟରେ ପ୍ରକାଶ କରିବା ସହ ଲିଖିତ ଅଭିଯୋଗ ପତ୍ରମାନ ବିଭିନ୍ନ ଉଚ୍ଚ ଅଧିକାରୀ ଙ୍କୁ ଡାକ ଯୋଗେ ପ୍ରେରଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ନେଇ ତୁରନ୍ତ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ସହ ରୋଗୀ ଙ୍କ ଅସମ୍ଭାଳ ଭିଡ଼ ସହ ପାଲଟୁଥିବା ରଣ କ୍ଷେତ୍ର ସମସ୍ୟା ର ସମାଧାନ ବ୍ୟବସ୍ଥା କରିବାକୁ ଜନସେବା ସଙ୍ଘ ଲିଖିତ ଦାବି କରିଛି ।

Popular Articles