Friday, March 29, 2024

Top 5 This Week

Related Posts

ଜୁନ୍ ୧୭ ରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନିୟମ : ବଡ ଘୋଷଣା କଲେ ନବୀନ ସରକାର

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୧୪/୦୬) : ରାଜ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଛି ବଡ ଖବର ଯେମିତିକି ଆପଣମାନେ ଜାଣିଛନ୍ତି ଏବେ ସାରା ରାଜ୍ୟରେ ଏବେ ସମସ୍ତ ବିଦ୍ୟାଳୟ ଓ ସ୍କୁଲ ଗୁଡିକରେ ଛୁଟି ରହିଛି । ତେବେ ଏହା ଆସନ୍ତା ଜୁନ୍ ୧୭ ତାରିଖରେ ଖୋଲିବାକୁ ଥିବାବେଳେ ଜାରି ହୋଇଛି କିଛି ନୂଆ ନିୟମ ।

ତେବେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ଅନୁସାରେ ସମଗ୍ର ରାଜ୍ୟ ର ବିଦ୍ୟାଳୟ ମାନଙ୍କରେ ଏବେ ଖରା ଛୁଟି ଲାଗି ରହିଛି । ଖରା ଛୁଟି ସରିବା ପରେ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ନୂଆ ଶିକ୍ଷା ବର୍ଷରେ ଯେପରି ଶତ ପ୍ରତିଶତ ପାଠ୍ୟ ଖସଡ଼ା ଶେଷ ହେବ ଓ ପିଲାଙ୍କୁ ଠିକ ଢଙ୍ଗରେ ଶିକ୍ଷା ଦାନ ହେବ ଏଥି ପାଇଁ ପ୍ରସ୍ତୁତ ହୋଇଛି ନିୟମାବଳୀ ।schools in odisha ଜୁନ୍ ୧୭ ରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନିୟମ : ବଡ ଘୋଷଣା କଲେ ନବୀନ ସରକାର

ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (OSEPA) ପକ୍ଷରୁ ଏହି ନିୟମାବଳୀ ଜାରି ହୋଇଛି । ଏ ନେଇ ଜିଲ୍ଲା ସମସ୍ତ ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ, OSEPA ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଏ ନେଇ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ କରୋନା କାଳରେ ପାଠ ପଢାରେ ହୋଇଥିବା କ୍ଷତି ଭରଣ ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମ ର ପୁସ୍ତକ ପଢାଯିବ । ସବୁ ବିଦ୍ୟାର୍ଥି ଯେପରି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନ ଶିକ୍ଷକ ଧ୍ୟାନ ଦେବେ ।

ଶ୍ରେଣୀ ଓ ବିଷୟ ଭିତ୍ତିକ ପାଠପଢ଼ା ସମୟ ସାରଣ ପ୍ରତି ଶ୍ରେଣୀ ଗୃହରେ ବିଦ୍ୟାର୍ଥି ଙ୍କ ପାଇଁ ଲଗାଯିବ । ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଯାନ୍ଚ ପରେ ଖରାପ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ । ତେବେ ସେମାନଙ୍କୁ ପୃଥକ୍ ପୃଥକ୍ ଭାବେ ଅତିରିକ୍ତ ପାଠ ପଢା ଯିବା ସହ ନିୟମିତ ପାଠ ପ୍ରଦାନ କରାଯିବ ବୋଲି ଚିଠି ରେ ଦର୍ଶାଇଛନ୍ତି OSEPA କର୍ତ୍ତୃପକ୍ଷ ।

ତେବେ କରୋନା ମହାମାରି ଯୋଗୁଁ ଗତ ଦୁଇ ବର୍ଷ ହେଲା ସିଲାବସ୍ ର ଶତ ପ୍ରତିଶତ ପଢା ନ ହୋଇ ପାରୁଥିବା ହେତୁ ପାଠ ପଢା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ତେବେ ଚଳିତ ଶିକ୍ଷା ବର୍ଷରେ ସ୍କୁଲ ପାଠ ପଢା ସମ୍ପୁର୍ଣ୍ଣ ସ୍ୱାଭାବିକ ହେବ ବୋଲି ଆଶା ଥିବାବେଳେ ଶତ ପ୍ରତିଶତ ପାଠ୍ୟ ଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ DO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଶିକ୍ଷକମାନେ ପାଠପଢ଼ା ରେ ହୋଇଥିବା କ୍ଷତି ପୂରଣ ପାଇଁ ସ୍ୱତନ୍ତ୍ର ଯୋଜନା କରିବେ ।

ତେବେ CRC ମାନେ ନିଜ କ୍ଲାସରେ ପାଠପଢ଼ା ଉପରେ ତୀକ୍ଷ୍ଣ ନଜର ରଖିବା ସହ ରୀତିନୀତି ଯାଞ୍ଚ କରିବେ । ତେବେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା କୁ ଶିକ୍ଷା ଅନୁଷ୍ଠାନ ର କତୃପକ୍ଷ ପ୍ରାଥମିକତା ଦେବେ । ବିଦ୍ୟାର୍ଥି ମାନଙ୍କ ପାଇଁ ଉପଯୋଗୀ ପରିବେଷ ବିଦ୍ୟାଳୟ ରେ ସ୍ରୁଷ୍ଟି କରାଯିବ । ପ୍ରତି ପାଠ୍ୟକ୍ରମ ର ବିଷୟ ଗତ ନୋଟ୍ ପିଲାଙ୍କୁ ପ୍ରଦାନ ପୂର୍ବରୁ ପଧାନ ଶିକ୍ଷକ ତାହାର ଯାଞ୍ଚ କରିବେ । ଏ ଦିଗରେ ପଦକ୍ଷେପ ନେବାକୁ ସମସ୍ତ DO ଓ DCP ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ ଅଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles