Friday, March 29, 2024

Top 5 This Week

Related Posts

ଦୁଇ ଦିନ ପ୍ରବଳ ଛେଚିବ, ସତର୍କ ରୁହନ୍ତୁ ଏହି ୧୨ ଜିଲ୍ଲା

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୧୪/୦୬) : ବର୍ତ୍ତମାନ ସମୟ ରେ ଗରମ ଗୁଳୁଗୁଳି ରୁ ନିସ୍ତାର ଆଣିବ ପ୍ରାକ୍ ମୌସୁମୀ ବର୍ଷା ଦୁଇ ଦିନ ଯାଏ ବର୍ଷା ଘଡଘଡି ନେଇ ଏସ ଆର ସି ଙ୍କ ସତର୍କ ସୂଚନା ଆଜି ପାଇଁ ରାଜ୍ୟ ର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ସେହି ପରି ପାଣିପାଗ ବିଭାଗ ର ସୂଚନା ଅନୁସାରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବ ।

ୟେଲୋ ୱାର୍ଣ୍ଣିଙ୍ଗ ଥିବା ଜିଲ୍ଲା ଗୁଡିକରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଗରମ ଗୁଳୁଗୁଳି ରୁ ନିସ୍ତାର ଆଣିବ ପ୍ରାକ୍ ମୌସୁମୀ ବର୍ଷା ରାଜ୍ୟରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘଡଘଡି ସହିତ ବର୍ଷା ନେଇ SRC ଙ୍କ ପକ୍ଷ ସତର୍କ ସୂଚନା ଜାରି କରାଜାଇଛି । ଆଜି ରାଜ୍ୟ ର ୧୨ ଟି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗ ପୁର, କଳାହାଣ୍ଡି ଏବଂ ରାୟଗଡା ଏହି ସବୁ ଜିଲ୍ଲା ମାନଙ୍କରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷାର ସମ୍ଭାବନା ରହିଛି ।

ଏହି ୟେଲୋ ୱାର୍ଣ୍ଣିଙ୍ଗ ଥିବା ଜିଲ୍ଲା ଗୁଡିକରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସୂଚନା ଦିଆଯାଇଛି । ଉପକୂଳ ଓଡିଶାରେ ଯଦିବା ପାଗରେ ପରିବର୍ତନ ହୋଇଛି । ହେଲେ ବର୍ତମାନ ସମୟରେ ବି ସ୍ଥିତି ସଂଙ୍ଗିନ ରହିଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଘରୁ ବାହାରି ହେଉ ନାହିଁ ।

ସେହିପରି ମୈଶୁମୀ କେବେ ଆସିବ ତାହାବି ଅନିଶ୍ଚିତତା ମଧ୍ୟରେ ରହିଛି । ଏବେ ଦୁଇ ଦିନିଆ ବର୍ଷା କିଛିଟା ଆଶ୍ୱସ୍ତି ଆଣିପାରେ । ତେବେ ପଶ୍ଚିମ ଓଡିଶା କୁ ସେମିତି କିଛି ଫରକ ଆଣିବ ନାହିଁ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles