Related Contents

ବିଷମକଟକ ବିଧାୟକ ହେବେ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡ଼ ଜ଼ିଲ୍ଲାର ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଜଗନାଥ ସାରକା ନୂତନ ଭାବେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଜଣାପଡ଼ିବାରୁ ସମଗ୍ର ରାୟଗଡା ଜିଲ୍ଲାରେ ଖୁଶିର ଲହରୀ ଖେଳିଯାଇଛି |

ଟିଭି ସ୍କ୍ରିନରେ ଯେତେବେଳେ ସାରକା ନାମ ଘୋଷଣା କରାଗଲା ବିଷମକଟକ ନିର୍ବାଚନ ମଣ୍ଡଳୀରେ ଆତଶ ବାଜି ଆକାଶରେ ଦେଖିବାକୁ ମିଳିଲା | ଜନସାଧାରଣ ପରସ୍ପର ମଧ୍ୟରେ ମିଠାଈ ବଣ୍ଟନ କରି ଖୁସି ବନାଇ ଥିଲେ | ସାରକା ହେଉଛନ୍ତି ଜଣେ ଯୁବ ଆଦିବାସୀ ନେତା ସେ ଯେତେବେଳେ ରାଜନୀତିରେ ପ୍ରବେଶ କଲେ କେବେ ମଧ୍ୟ୍ୟ ପଛକୁ ଫେରିନାହାନ୍ତି | ପ୍ରଥମେ ନାଏବ ସରପଞ୍ଚ ପରେ ଜ଼ିଲ୍ଲା ପରିଷଦ ଅଧକ୍ଷ ପରେ ୨୦୧୪ରେ ବିଧାୟକ ଓ ପୁଣି ଥରେ ୨୦୧୯ରେ ମଧ୍ୟ୍ୟ ବିଧାୟକ ରୂପେ ନିର୍ବାଚିତ ହୋଇ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି | ରାୟଗଡା ବାସି ସାରକାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ କୃତଜ୍ଞନ୍ତା ଜଣାଇଛନ୍ତି | ଏହିଜ଼ିଲ୍ଲାରେ ଉନ୍ନତି ପଥରେ ସାରକା ନୂତନ ରାସ୍ତା ଦେଖାଇବେ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି | ନୂତନ ମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବାରୁ ଓଡିଶା ନ୍ୟୁଜ୨୪ ତରଫରୁ ଶୁଭେଚ୍ଛା ଜଣାଉଛୁ |

Comments are closed.