Related Contents

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ, ଅଂଚଳରେ ଶୋକର ଛାୟା

ବିଜେପୁର(ରିଙ୍କୁ ସାହୁ): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ ବ୍ରାହ୍ମଣୀ ଗ୍ରାମପାୟତର କଟାପାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସଭ୍ୟା ସାହୁ ନାମକ ଜଣେ ମହିଳାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି |

ଆଜି ଅପରାହ୍ନ ୪ଟା ବେଳେ ସଭ୍ୟା ତାଙ୍କ ସ୍ୱାମୀ ଅରକ୍ଷିତ ସାହୁଙ୍କ ସହିତ ଧାନ କାଟିବା ପାଇଁ ନିଜ ବିଲକୁ ଯାଇଥିଲେ | ହଠାତ ଘଡଘଡି ଶବ୍ଦ ଶୁଭିଲା ଆଉ ସଭ୍ୟାଙ୍କ ଉପରକୁ ବଜ୍ରପାତ ହେବା ଫଳରେ ସେହି ବିଲ ଭିତରେ ହିଁ ସଭ୍ୟାଙ୍କ ଜୀବନ ଚାଲିଗଲା | ତାଙ୍କ ସ୍ୱାମୀ ଜୋରରୁ କାନ୍ଦିବାରୁ ଗାଁ ଲୋକ ଯାଇ ତାଙ୍କ ମର ଶରୀରକୁ ଘରକୁ ଆଣିଛନ୍ତି | ଘଟଣା ପରେ ପରେ ଆମ୍ବୁଲାନ୍ସ କୁ ଫୋନରେ ଯୋଗାଯୋଗ କଲେ ମଧ୍ୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଂଚି ପାରିନଥିଲା |

Comments are closed.