ସିଲ୍କି ମ୍ୟୁଜିକର ଆଲବମ୍ ରିଭେଞ୍ଜ୍ ସର୍ଟ ମୁଭି ସୁଟିଂ ଅନୁଷ୍ଠିତ

ଲମତାପୁଟ(କପିଳେନ୍ଦ୍ର ଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ସଦର ମହକୁମାରେ ବିଭିନ୍ନ ସ୍ଥାନରେ ସିଲ୍କି ମ୍ୟୁଜିକ୍ ର ଡାଇରେକ୍ଟର ପଞ୍ଚୁଙ୍କ ନିର୍ଦ୍ଦେଶନାରେ ରିଭେଞ୍ଜ୍ ସର୍ଟ ମୁଭି ସୁଟିଂ ହୋଇଯାଇଛି |

ଏଥିରେ ମୁଖ୍ୟ ଭୂମିକାରେ ଲମତାପୁଟ ଅଞ୍ଚଳର ଆଲବମ୍ ହିରୋ ମାନସ କୁମାର ମହାଲିକ୍ ଓ ଭୁବନେଶ୍ୱରରୁ ଆସିଥିବା ଆଲବମ୍ ହିରୋଇନ୍ ଜୁଲି ଲିସା ଓ ସାଥି କଳାକାରମାନେ ଅଭିନୟ କରିଛନ୍ତି । ଲମତାପୁଟର ବିଭିନ୍ନ ସ୍ଥାନରେ ସିଲ୍କି ମ୍ୟୁଜିକର ଆଲବମ୍ ଶୁଟିଂ ହୋଇଛି ଯଥା ମାଛକୁଣ୍ଡର ଡୁଡୁମା ଜଳପ୍ରପାତ, ଲମତାପୁଟ ସିବିଚ୍ ସିନ୍ଦିପୁଟ୍ ଘାଟ ଓ ଲମତାପୁଟର ବିଭିନ୍ନ ସ୍ଥାନରେ ହୋଇଥିଲା । ଏହି ଫିଲ୍ମ ସୁଟିଂ ଲମତାପୁଟ ଅଞ୍ଚଳରେ ପ୍ରଥମ ଥର ପାଇଁ ହୋଇଥିବାରୁ ଲୋକମାନେ ମନଭରି ଉପଭୋଗ କରିଥିଲେ ।

Comments are closed.