Thursday, March 28, 2024

Top 5 This Week

Related Posts

ଏଲ୍‌ଆଇସି ର ପ୍ରଦର୍ଶନ ଏସିଆରେ ସବୁଠୁ ଖରାପ

ରିପୋର୍ଟ : ରାମନାଥ ଗନ୍ତାୟତ
ମୁମ୍ବାଇ/ଭୁବନେଶ୍ୱର, (୧୪/୦୬) : ଷ୍ଟକ ବଜାରରେ ପ୍ରବେଶ କରିବା ପରଠାରୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଖରାପ କାରଣ ପାଇଁ ଚର୍ଚ୍ଚାରେ ରହିଛି ।

ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜାରି କରି ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ପରଠାରୁ କମ୍ପାନୀ ର ସେୟାର ମୂଲ୍ୟରେ ୨୮% ହ୍ରାସ ହୋଇ ସାରିଲାଣି । ଫଳରେ ଏହି ସଂସ୍ଥା ର ସେୟାର କିଣିଥିବା ନିବେଶକମାନେ ୧.୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ଏଲ୍‌ଆଇସି ସେୟାର ର ପ୍ରଦର୍ଶନ ଏସିଆରେ ସବୁଠୁ ଖରାପ ରହିଛି ।

ଏସିଆରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା‌ କମ୍ପାନୀ ତାଲିକାରେ ଏଲ୍‌ଜି ଏନର୍ଜି ପ୍ରଥମ ସ୍ଥାନରେ ଥିବା ବେଳେ ଏଲ୍‌ଆଇସି ଦ୍ଵିତୀୟ, ଏଏସ୍‌ଆର୍‌ ମାଇକ୍ରୋ ତୃତୀୟ, ଏସ୍‌ଆଇସିସି ଚତୁର୍ଥ ଓ ହୁଆଲାନ୍ ବାୟୋ ପଞ୍ଚମ ସ୍ଥାନରେ ରହିଛି । ଷ୍ଟକ ବଜାରରେ ଏଲ୍‌ଆଇସି ତାଲିକାଭୁକ୍ତ ହେବା ଦିନ ସେୟାର ପିଛା ଦାମ୍ ୯୪୯ ଟଙ୍କା ଥିଲା । ଆଜି ତାହା ୬୬୯ ଟଙ୍କା ୫୦ ପଇସାକୁ ଖସି ଆସିଛି ।

ମାତ୍ର ୨୦ ଟି କାରବାର ଦିନରେ ଏଲ୍‌ଆଇସି ସେୟାରରେ ଏଭଳି ହ୍ରାସ ଘଟିଛି । ଏହି ୨୦ ଦିନ ମଧ୍ୟରେ ମାତ୍ର ୪ଟି ଦିନ ରହିଥିଲା ଯେଉଁଥିରେ କମ୍ପାନୀ ର ସେୟାର ଦାମ୍‌ରେ ବୃଦ୍ଧି ହୋଇଥିଲା । ସେୟାର ମୂଲ୍ୟରେ ହ୍ରାସ ଯୋଗୁଁ ବଜାର ପୁଞ୍ଜି ଦୃଷ୍ଟିରୁ କମ୍ପାନୀ ଷଷ୍ଠ ସ୍ଥାନକୁ ଖସି ଯାଇଛି । ତାଲିକାଭୁକ୍ତ ହେବା ଦିନ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜାର ପୁଞ୍ଜି ସହ ଏହା ପଞ୍ଚମ ସ୍ଥାନରେ ଥିଲା । ଆଇପିଓ ଜରିଆରେ ସରକାର କମ୍ପାନୀ ର ୩.୫% ଅଂଶଧନ ବିକ୍ରି କରିଥିଲେ ଯେଉଁଥିରୁ ୨୧ ହଜାର କୋଟି ଟଙ୍କା ମିଳିଛି ।

Popular Articles