ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ ସାହୁଙ୍କ ପରଲୋକ

ଗାଇସିଲେଟ(ରିଙ୍କୁ ସାହୁ): ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗ୍ରାମର ଜଣେ ଜଣାଶୁଣା ବ୍ୟକ୍ତି ପୂର୍ବତନ ଜିଲ୍ଲା ପରିଷଦ ତଥା ସମାଜ ସେବୀ ଶ୍ରୀ ପ୍ରସନ୍ନ ସାହୁଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି |

ସେ ଜଣେ ସମାଜ ସେବୀ ତଥା ପୂର୍ବତନ ବରଗଡର କାଉନସିଲର ଓ କଠଉମାଲରେ ୨ଥର ସରପଂଚ, ଜିଲ୍ଲା ପରିଷଦ ସଭ୍ୟ ରହିଥିଲେ | ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ପୁଣ୍ଣମାସୀ, ପୁତ୍ର ଅର୍ନ୍ତଯ୍ୟାମୀ, ଅରବିନ୍ଦ, ଅମୁଲ୍ୟ ଓ ଝିଅ ସରସ୍ପତୀ ତଥା ନାତି ଗଜପତି, କୈବର୍ତ୍ତ, ସନ୍ଧ୍ୟାରାଣୀ ଉପସ୍ଥିତ ଥିଲେ | ମୃତ୍ୟୁ ସମୟରେ ତାଙ୍କୁ ୭୮ବର୍ଷ ହେଉଥିଲା | ତାଙ୍କର ଦେହ କିଛି ଦିନ ପୁର୍ବରୁ ଅସୁସ୍ଥ ଥିଲା ଏବଂ ହଠାତ ଗତକାଲି ୧:୪୪ସମୟରେ ତାଙ୍କର ଦେହାନ୍ତ ହୋଇଛି । ଭାଙ୍ଗମୁଣ୍ଡାରେ ଦୁଇ ଦିନ ଆଗରୁ ଚବିଶ ପ୍ରହର ନାମଯଜ୍ଞ ହୋଇଥିବା ବେଲେ ଆଜି ପୂର୍ଣ୍ଣାହୁତି ରହିଥିଲା । ଲୋକଙ୍କ ମନରେ ଛାପି ଦେଇଗଲେ ଏକ ଅଭୁଲା ସ୍ମୁତି । ଏପଟେ ଭଗବାନଙ୍କ ଯଜ୍ଞ ଚାଲିଥିବା ବେଲେ ଶ୍ରୀ ପ୍ରସନ୍ନ ସାହୁଙ୍କ ଆତ୍ମା ସ୍ୱର୍ଗାରୋହଣ ହୋଇଛି । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି |

Comments are closed.