Related Contents

ବୈପାରୀଗୁଡରେ କାଳବୈଶାଖୀ ଓ ବଜ୍ରପାତରେ ବସାଘର ଓ ଗାଈବାଛୁରି ନଷ୍ଟ

ବୈପାରୀଗୁଡା(ଏନ.ସନ୍ତୋଷ): ଗତକାଲି ଅପରାହ୍ନ ବେଳେ କାଳବୈଶାଖୀ ପ୍ରଭାବରେ ବୈପାରୀଗୁଡା ଅଂଚଳରେ ବିଭିନ୍ନ ସ୍ଥାନରେ ବହୁ ଧନ ଜୀବନ ନଷ୍ଟ ହୋଇଥିବା ଜଣାପଡିଛି |

ବାଲିଗାଁ ପଂଚାୟତ ଅନ୍ତର୍ଗତ ମାଝୀଗୁଡାର ଦନାରଦନ ଙ୍କ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ସେହି ପଂଚାୟତ ବରେଇଗୁଡ଼ାର ସୂର୍ଯ୍ୟ ବାରିକ୍ଙ୍କ ବସାଘର କାଳବୈଶାଖୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ସେହିପରି ଚିପକୁର ପଂଚାୟତ ସୁନ୍ଦରଯୋଡ଼ି ଗ୍ରାମର ଶାନ୍ତିମଣି ପାଙ୍ଗି ଓ ବୁଦୁ ଧାଁଙ୍ଗଡ଼ା ମାଝୀଙ୍କ ଘର ମଧ୍ୟ କାଳବୈଶାଖୀ ତାଣ୍ଡବରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ଏମାନେ ସମସ୍ତେ ଅତି ଗରିବ ଖଟିଖିଆ ଆଦିବାସୀ ହୋଇଥିବା ଯୋଗୁଁ ସରକାରୀ ସାହାଯ୍ୟ ଅତି ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି |

Comments are closed.