Related Contents

ଅନ୍ତରଙ୍ଗ ଫଟୋ ଭାଇରଲ ଘଟଣାର ମୁଖ୍ୟ ଆସମୀକୁ ଗିରଫ ଦାବୀ କଲେ ମହିଳା ସଂଘ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ଥାନା ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର କୁସପାର ଗ୍ରାମର ଶତାଧିକ ମହିଳା ମାନେ ଆଜି ବୈପାରୀଗୁଡା ଥାନା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି | ସୋସିଆଲ ମିଡିଆରେ ଅନ୍ତରଙ୍ଗ ଫଟୋ ଭାଇରଲ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଦାବୀ କଲେ କୁସପାର ମହିଳା ସଂଘ |

ଯଦି ପାଞ୍ଚ ଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ନ କଲେ ଆସନ୍ତା ଦିନରେ ମହିଳା ସଂଘ ପକ୍ଷରୁ ବୈପାରୀଗୁଡା ଥାନା ଘେରାଉ କରାଯିବ ବୋଲି ଚେତାବନି ଦେଇଛନ୍ତି |ସୂଚନା ଥାଉକି ଗତ୧୯.୦୫.୨୦୧୯ତାରିଖ ଦିନ କୁସପାର ଗ୍ରାମର କୌଳାସ ଶୁକ୍ରିଙ୍କ ଝିଅ ସେହି ଗ୍ରାମର ଯୁବକ ଦୀପକ ଚେଣ୍ଡିଆଙ୍କ ବିରୁଦ୍ଧରେ ବୈପାରୀଗୁଡା ଥାନାରେ ଏତଲା ଦେଇଥିଲେ | ଦୀପକ କିଛି ମାସ ପୂର୍ବରୁ ଝିଅ ସହ ଉଠେଇ ଥିବା ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ ଛାଡିଥିଲେ | ଏହି ଘଟଣା ପରେ ଝିଅର ବାହାଘର ଭାଙ୍ଗିଯାଇଥିଲା | ଏହି ଘଟଣା ବିଷୟରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତାଙ୍କୁ ପଚରିବାରୁ ସେ କହିଥିଲେ ଯେ ଏଥିରେ ଦୁଇ ଅଭିଯୁକ୍ତ ମଧ୍ୟରୁ ଦୁର୍ଯ୍ୟୋଧନ ଆଙ୍ଗୁଡି ଗିରଫ କରାଯାଇଛି ଏବଂ ଅତି ଶୀଘ୍ର ଦୀପକ ଚେଣ୍ଡିଆଙ୍କୁ ଗିରଫ କରାଯିବ |

Comments are closed.