Advertisements
Monday, July 13, 2020
Home headline ଗୁଳିମାଡ ଘଟଣାରେ ଯୁବକ ଗୁରୁତର, କୋଟପାଡ଼

ଗୁଳିମାଡ ଘଟଣାରେ ଯୁବକ ଗୁରୁତର, କୋଟପାଡ଼

କୋଟପାଡ଼,କୋରାପୁଟ(ଓଡିଶା ନ୍ୟୁଜ୨୪): କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବତାସନା ପଂଚାୟତର କସମଗୁଡା ଗ୍ରାମରେ ଗତକାଲି ରାତିରେ ଏକ ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ଛତିଶଗଡର ରାୟପୁର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ କସମଗୁଡା ଗ୍ରାମର ସତୀଶ ଗୁପ୍ତା ନାମକ ଯୁବକ ଗରମ ଯୋଗୁଁ ରବିବାର ରାତିରେ ଘର ବାରଣ୍ଡାରେ ଏକ ଖଟିଆ ପକାଇ ମୋବାଇଲ ଫୋନରେ ବ୍ୟସ୍ତ ଥିଲେ । ସେତେବେଳକୁ ଏକ ବାଇକରେ ତିନିଜଣ ଯୁବକ ଆସି ସତୀଶଙ୍କୁ ଟଙ୍କା ମାଗିଥିଲେ, ସେ ନ ଦେବାରୁ ପିଠିରେ ଗୁଳି ଚଳାଇ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଚିକ୍ରାର ଶୁଣି ପରିବାର ଲୋକ ଓ କେତେକ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସତୀଶକୁ ଆମ୍ବୁଲାନସ ସାହାଯ୍ୟରେ ପ୍ରଥମେ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋଟପାଡରୁ ଛତିଶଗଡର ଜଗଦଲପୁର ନିକଟ ଡୁମରାପାଲ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: