Related Contents

ବିଜେଡିର ଉତ୍ତରାଧିକାରୀ କିଏ ହେବେ ଜାଣନ୍ତୁ ଏ ରିପୋର୍ଟରେ

ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ଲଗାତାର ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି । ଆସନ୍ତା ୨୯ ତାରିଖରେ ଏନେଇ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଟିତ ହେବ।

ତେବେ ବିଗତ ୧୯ ବର୍ଷ ଧରି ବିଜେଡିର ମଙ୍ଗ ଧରି ଆସିଥିବା ନବୀନଙ୍କ ପରେ ଦଳରେ କିଏ ହେବେ ଉତ୍ତରାଧିକାରୀ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ତଥା ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନବୀନଙ୍କ ଉତ୍ତରାଧିକାରୀ ହେବ ଚର୍ଚ୍ଚା ଲାଗିରହିଥିଲା | ହେଲେ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଣ୍ଡିଆ ଟୁଡ଼େ କୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ମୁଁ ମୋର ଉତ୍ତରାଧିକାରୀ ବାଛିନି, ଲୋକେ ବାଛିବେ । ଉତ୍ତରାଧିକାରୀ ବିଜେଡିରୁ ହିଁ ହେବେ ବୋଲି ନବୀନ କହିଛନ୍ତି । ଜନକଲ୍ୟାଣକାରୀ ଯୋଜନା ପାଇଁ ଏଥର ବିଜେଡିର ଭୋଟ ହାର ୨ ପ୍ରତିଶତ ବଢିଛି । କଂଗ୍ରେସର ବିପର୍ଯ୍ୟୟ ବିଜେପିକୁ ସହାୟକ ହେଇଛି | ବିଜେଡି ଷଷ୍ଠ ଥର ପାଇଁ କ୍ଷମତାକୁ ଆସିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ଆଶାବାଦୀ ଥିବା କହିଛନ୍ତି |

One response to “ବିଜେଡିର ଉତ୍ତରାଧିକାରୀ କିଏ ହେବେ ଜାଣନ୍ତୁ ଏ ରିପୋର୍ଟରେ”

  1. Indira Mishra says:

    Yes whoever wil be in hierarchy but successor not necessarily from same family otherwise it called as monarchism royal throne hierarchy same procedure Congress party follows, democracy is different. The abled competent person should be nominated by party members without favour or attachment. Anyway close members choose Nabin pattnaik family member more.