ତତଲା କଢ଼େଇରେ ସିଝୁଛି ଲମତାପୁଟ, ଜନଜୀବନ ଡହଳ ବିକଳ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ପ୍ରଚଣ୍ଡ ଖରାରେ ଜଳୁଛି ସାରା ଲମତାପୁଟ ବ୍ଲକ । ଖରାର ତାପମାତ୍ରା ୪୦° ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ତତଲା ନିଆଁ ପାଖରେ ଠିଆ ହେଲା ପରି ଲାଗୁଛି |

ସକାଳ ୧୦ଟା ସମୟ ପର୍ଯ୍ୟନ୍ତ କୈାଣସି କାର୍ଯ୍ୟ କରିହୋଉଛି | ତାପରେ ଅସମ୍ଭାଳ। ଦିନ ସମୟରେ ଘରୁ ବାହାରି ହେଉନି । ଦିନ ତମାମ ପ୍ରବଳ ଖରା ଓ ସନ୍ଧ୍ୟା ୪ଟା ବେଳକୁ ପବନ ସାଙ୍ଗକୁ ଘଡଘଡି ବର୍ଷାର ଦେଖାନାହିଁ । ଜମିରେ ଯେତିକି ପାଣି ଥିଲା ସବୁ ସୁଖି ମାଟି ଆଁ କଲାଣି । ଫଳରେ ଚାଷି କୁଳ ମୁଣ୍ଡ ଉପରେ ହାତ ଦେଇ ବସିଲେଣି । ସମ୍ପୁର୍ଣ୍ଣ ଭାବେ ଚାଷ କାର୍ଯ୍ୟ ବନ୍ଦ ହୋଇଯାଇଛି । ତା ସହିତ ଟିକିଏ ପବନ ଘଡଘଡି ହେଲେ ବିଦ୍ୟୁତ ବିଭାଗ ବିଦ୍ୟୁତ ବିଚ୍ଛିନ୍ନ କରିଦେଉଥିବା ଅଭିଯୋଗ ହେବା ଜଣାପଡିଛି ।

Comments are closed.