Related Contents

ଚର୍ଚ୍ଚାରେ ନବରଙ୍ଗପୁର ଲୋକସଭା ଆସନରେ “ନୋଟା” ଭୋଟ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି(ଏ.ସତୀଶ): ଚଳିତ ଲୋକସଭା ନିର୍ବାଚନରେ ରାଜ୍ୟର ୨୧ଗୋଟି ଲୋକସଭା ଆସନ ମଧ୍ୟରୁ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ସର୍ବାଧିକ “ନୋଟା” ଭୋଟକୁ ପସନ୍ଦ କରିଛନ୍ତି । ରାଜ୍ୟରେ ୩ ଲକ୍ଷ ୧୦ ହଜାରରୁ ଉର୍ଦ୍ଧ୍ବ ଭୋଟ ନୋଟାକୁ ପସନ୍ଦ କରିଥିବା ବେଳେ ନବରଙ୍ଗପୁର ଲୋକସଭା ଆସନରେ ସର୍ବାଧିକ ମୋଟ ୪୪୫୮୨ ଭୋଟ ନୋଟାକୁ ପଡିଛି |

ଯାହା ୨୦୧୪ ମସିହା ନିର୍ବାଚନ ଠାରୁ ଅଧିକ । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୩୯୩୮ ନୋଟା ଭୋଟ ପଡିଥିବା ବେଳେ ଉମରକୋଟରେ ୪୧୮୧, ଝରିଗାରେ ୫୬୮୯ ଓ ଡାବୁଗାଁରେ ୩୭୯୯ ନୋଟା ଭୋଟ ପଡିଛି | ଜିଲ୍ଲାରେ ଅତ୍ୟଧିକ ନୋଟା ଭୋଟ ପଡିବାର କାରଣ କଣ “ନୋଟା” ଭୋଟ ପ୍ରତି ଲୋକ ଅଧିକ ସଚେତନତା ହେଉଛନ୍ତି ନା ସଚେତନତାର ଅଭାବ ରହିଛି | ଏହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି | ରାଜ୍ୟରେ “ନୋଟା ” ଭୋଟରେ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ଓଡ଼ିଶାରେ ସର୍ବାଧିକ ଥିବାବେଳେ ଜଗତସିଂହପୁର ସର୍ଵନିମ୍ନ ୬୦୫୩ ଭୋଟ ନୋଟାକୁ ଯାଇଛି । ଭୋଟର ମାନେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କୁ ନାପସନ୍ଦ କରିଛନ୍ତି ନା ପ୍ରଶାସନର ସଚେତନତା ଅଭାବ ଯୋଗୁଁ ଜିଲ୍ଲାରେ “ନୋଟା ” ଭୋଟ ସଂଖ୍ୟା ବୃଦ୍ଧି ପାଇଛି ନା ନୋଟା ଭୋଟକୁ ନେଇ ଅନଭିଜ୍ଞ ଥାଇ ପାରନ୍ତି ଭୋଟର ଏହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଥିପ୍ରତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଭିନ୍ନ ଦଳର ପ୍ରାର୍ଥୀ ଓ ପ୍ରଶାସନ ଜିଲ୍ଲାର ଭୋଟର ମାନଙ୍କୁ ଅଧିକ ସଚେତନତା କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Comments are closed.