Friday, March 29, 2024

Top 5 This Week

Related Posts

ବୌଦ୍ଧ ଶାଖା ଓଡିଶା ସାମ୍ବାଦିକ ସଙ୍ଘ ତରଫରୁ ମାନ୍ୟବର ପ୍ରଦୀପ କୁମାର ଅମାତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୩/୦୬) : ଆଜି ଓଡ଼ିଶା ସାମ୍ବାଦିକ ସଂଘ ବୌଦ୍ଧ ଶାଖା ତରଫରୁ ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କୁ ପୁରୁଣା ଭୈରବୀ ମନ୍ଦିର ଠାରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଶ୍ରୀ ପ୍ରଦୀପ କୁମାର ଅମାତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନଵୀଵ ପଟ୍ଟନାୟକ ଙ୍କ ନୂତନ ମନ୍ତ୍ରୀ ମଣ୍ଡଳ ରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତି ରାଜ, ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ପରି ୪ ଗୋଟି ବିଭାଗ ପାଇଛନ୍ତି । ଆଜି ସେ ନିଜ ଜିଲ୍ଲା ବୌଦ୍ଧ ଗସ୍ତ ରେ ଆସିଥିବା ବେଳେ ଓଡ଼ିଶା ସାମ୍ବାଦିକ ସଂଘ ବୌଦ୍ଧ ଶାଖା ର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ଭାଗବତ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପଟ୍ଟନାୟକ ଓ ସଂଘ ର ସଦସ୍ୟ ମାନେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ସ୍ୱାଗତ ଜଣାଇଥିଲେ ।

Popular Articles