ଶହୀଦ ମାଟିର ଯୁବକର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧ୍ୟକ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ଅର୍ଥ ଅଭାବ ଯୋଗୁଁ ବୈପାରୀଗୁଡା ବ୍ଲକର ଶହୀଦ ମାଟିର ଜଣେ ଯୁବକ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ | ଆଦିବାସୀ ଓ ଗରିବଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ କରି ମାଳ ମାଳ ଯୋଜନା ତିଆରି କରୁଛି ସରକାର | ସରକାରଙ୍କ ଏହି ସବୁ ଯୋଜନା ଶୁଣିପାରୁଛିନ୍ତି ଆଦିବାସୀ ଓ ଅଶିକ୍ଷିତ ଗରିବ ଲୋକେ, ହେଲେ କିଛି ବୁଝି ପାରନ୍ତି ନାହିଁ ଯେ ସେମାନଙ୍କ ପାଇଁ କେଉଁ ଯୋଜନା ଉଦ୍ଧଷ୍ଟ |

ଏହି ପରି ଅବୁଝା ହୋଇ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଦିବାସୀ ଓ ଅଶିକ୍ଷିତ ଗରିବ ଲୋକେ | ସେହିପରି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଶହୀଦ ମାଟି ତେନ୍ତୁଳିଗୁମ୍ମାର ଟେକଗୁଡା ଗ୍ରାମରେ | ତେନ୍ତୁଳିଗୁମ୍ମା ଅନ୍ତର୍ଗତ ଟେକଗୁଡାର ଅର୍ଜୁନ ଭୂମିଆଙ୍କ ପୁଅ ନାରାୟଣ ଭୂମିଆ (୩୦)ଙ୍କ ବାଇକ ଦୁର୍ଘଟଣାରେ ବାମ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଯୋଗୁଁ ତାଙ୍କୁ କୋରାପୁଟ ମେଡିକାଲରୁ ବ୍ରହ୍ମପୁର ମେଡିକାଲକୁ ଗତ ୬ .୫ .୧୯ ତାରିଖ ଦିନ ରେଫର କରାଯାଇଥିଲା | କିନ୍ତୁ ନିରୀହ ଆଦିବାସୀ ଅଶିକ୍ଷିତ ସାଙ୍ଗକୁ ଅର୍ଥ ଅଭାବ ଯୋଗୁଁ ଚିକିତ୍ସା ହୋଇ ନ ପାରି ନିଜ ଘରକୁ ଫେରିଯାଇଥିଲେ ନାରାୟଣ ଲ ଏହି ଘଟଣା ଜାଣିବା ପରେ ଶହୀଦ ଲକ୍ଷ୍ମଣ ନାୟକ ଯୁବସେନାର କିଛି ସ୍ବେଛାସେବୀ କୋରାପୁଟ ମେଡିକାଲ କଲେଜରେ ନାରାୟଣଙ୍କୁ ଭର୍ତ୍ତି କରିଛନ୍ତି | ବାମ ଗୋଡ଼ କାଟିବା ବୋଲି ଜଣାପଡିଥିବା ବେଳେ ବେଡ଼ ନମ୍ବର ୧୦୧ରେ ଚିକିତ୍ସା ନେଉଛନ୍ତି | ନାରାୟଣଙ୍କ ପତ୍ନୀ ସୁଭଦ୍ରା ଭୂମିଆଙ୍କ ସହ ପରିବାର ଲୋକେ ନାରାୟଣଙ୍କ ଚିକିତ୍ସା ପାଇଁ ସରକାରୀ, ବେସରକାରୀ, ସ୍ବେଛାସେବୀ ଅନୁଷ୍ଠାନ କିମ୍ବା ସହୃଦୟମାନ ବ୍ୟକ୍ତିଙ୍କ ପକ୍ଷରୁ ଆର୍ଥୀକ ସାହାଯ୍ୟ ଆଶାରେ ଜଗି ବସିଛନ୍ତି |

Comments are closed.