Related Contents

ସାଲେଭଟା ଅଙ୍ଗ ନଦୀ ବ୍ରିଜ ଉପରେ ଦୁର୍ଘଟଣା, ୨ଜଣ ଗୁରୁତର

ସାଲେଭଟା(ମାଧବ ସାହୁ): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଧିନସ୍ଥ ସାଲେଭଟା ଅଙ୍ଗ ନଦୀ ବ୍ରିଜ ଉପରେ କାର ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବ ଫଳରେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି |

ପ୍ରାପ୍ତ ସୂଚନା ଅନୁସାରେ ସମ୍ବଲପୁର ପଟୁ ବଲାଙ୍ଗୀର ଆସୁଥିବା କାର ନମ୍ବର ଓଡି-୧୫-୦୦୬୩ ଓ ବଲାଙ୍ଗୀର ଆଡୁ ବରପାଲି ଯାଉଥିବା ମୋଟର ସାଇକେଲ ନମ୍ବର ଓଡି୨୭ଏଲ ୮୬୫୨ ସହ ମୋଟର ସାଇକେଲ ରେ ବସିଥିବା ୨ଜଣ ଗୁରୁତର ଆହତ ହୋଈ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି |

ଗୁରୁତର ଆହତଙ୍କ ହାଡ ରାସ୍ତା ଉପରେ ପଡିଥିବା ଦେଖାଯାଇଥିଲା | ସାଲେଭଟା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି | କାର ମାଲିକ ସମ୍ବଲପୁରର ହୋଇଥିବା ବେଲେମୋଟର ସାଇକେଲ ଆରୋହୀ ବରପାଲି ନିକଟସ୍ଥ ବରଙ୍ଗପାଲି ର ବୋଲି ଜଣାପଡିଛି | କାର ଓ ମୋଟର ସାଇକେଲ ବହୁ ଜୋରରେ ମଦ ହୋଇଥିବା ଯୋଗୁଁ କାର ର ଚକ ତଳେ ବାଇକ ଆରୋହୀର ହାଡ ଲାଗିଥିବା ଜଣାପଡିଛି |

Comments are closed.