Related Contents

ମୁରିବାହାଲରେ ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର): ମୁରିବାହାଲ ବ୍ଲକ ଅଞ୍ଚଳରେ ଗତ ସପ୍ତାହ ଧରି ୪୨ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ଦେଖିବାକୁ ମିଳୁଛି | ଶନିବାର ମୁରିବାହାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ୪୬ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ଦେଖିବାକୁ ମିଳିଥିଲା |

ମେ ପ୍ରାରମ୍ଭରୁ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରାଇ ପକାଇଛି | ପ୍ରଶାସନ ୟେଲୋ ଉଆର୍ଣ୍ଣିଙ୍ଗ ଜାରି କରିଥିବା ବେଳେ ସାଧାରଣ ଜନତା କୌଣସି ଆସ୍ୱସ୍ଥି ପାଇଁ କୌଣସି କାର୍ଯ୍ୟକ୍ରମ ନାହିଁ | ସୂର୍ଯ୍ୟ ଉଦୟ ଠାରୁ ରୋଦ୍ରତାପ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଜାରି ରହିଥିବା ସହ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଝାଂଜି ପବନ ଜନଜୀବନକୁ ବିପର୍ଯ୍ୟସ୍ତ କରି ପକାଇଛି | ଗ୍ରାମାଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ସମୁଦ୍ରକୁ ଶଙ୍ଖେ ପରି ମନେ ହଉଛି | ଦିନ ଦିପହରରେ ହୁ ହୁ ହୋଇ ତାତୁଥିବା ଘର ଭିତରେ ରହି ନ ପାରି ଲୋକେ ଗଛତଳେ ଆଶ୍ରୟ ନେଉଛନ୍ତି | ଶିଶୁ ତଥା ବୃଦ୍ଧ, ବୃଦ୍ଧା ଓ ରୋଗୀଣାଙ୍କ ଅବସ୍ଥା ସାଙ୍ଘାତିକ ହୋଇପଡୁ଼ଛି |

ଶ୍ରମିକ ବର୍ଗ ନିଆ ବର୍ଷାରେ ଘରୁ ବାହାରିବା ଦୁର୍ବିସହ ହୋଇପଡୁଛି |ସକାଳୁ ୯ ଟାରେ ରାସ୍ତା ଘାଟ ଶୁନଶାନ ହୋଇପଡୁଛି | ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ବ୍ୟାପକ ବନିକରଣ ସହିତ ପାରମ୍ପରିକ ଜଳ ଉତ୍ସର ପୁନଃଉଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବିଙ୍କ ମହଲରେ ଦାବି ହଉଛି |

Comments are closed.