Friday, March 29, 2024

Top 5 This Week

Related Posts

ରାୟଗଡା ରେ କାଳବୈଶାଖୀ ର ତାଣ୍ଡବଲୀଳା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୩/୦୬) : ପ୍ରକୃତି ର ପ୍ରକୋପରେ ପ୍ରକମ୍ପିତ ହେଇଛି ଆଜି ରାୟଗଡା ଜିଲ୍ଲା । ରାୟଗଡା ରେ କାଳବୈଶାଖୀ ର ତାଣ୍ଡବଲୀଳା ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ।

ରାୟଗଡା ରେ କାଳବୈଶାଖୀ ଯୋଗୁଁ ଦ୍ରୁତ ବେଗରେ ପଵନ ସାଙ୍ଗକୁ ଘଡଘଡି ବିଜୁଳି ମାରିଥିଲା । ବିଜୁଳି ର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଜିଅନ୍ତା ଗଛ ବି ଜଳିଯାଇ ଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ର କର୍ମଚାରୀ ପହଞ୍ଚି ନିଆଁ ଲିଭାଇ ଥିଲେ । ଏହିପରି ରାଣୀଗୁଡା ର ୧୫ ନମ୍ବର ୱାର୍ଡ ର ନାଗେଶ ନାମକ ବ୍ୟକ୍ତିଙ୍କ ଗାଈ ଦେହରେ ବିଜୁଳି ପଡିବାରୁ ନିରୀହ ଗାଈ ଟିର ମୃତ୍ୟୁ ହୋଇଥିଲା ।

ହଠାତ ପ୍ରକୃତି ର ଏହିଭଳି ଭୟଙ୍କର ରୂପ ଦେଖି ରାୟଗଡା ବାସିନ୍ଦା ସ୍ତବ୍ଧ ହୋଇଯାଇଛନ୍ତି । ଅସରାଏ ବର୍ଷା ହେଲେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ଟିକିଏ ତ୍ରାହି ପାଇବା ପାଇଁ ବର୍ଷା ର ଅପେକ୍ଷାରତ ଜନସାଧାରଣ ଏହିପରି କାଳ ବୈଶାଖି ର ତାଣ୍ଡବ ରୂପ ଦେଖି ଭୟଭୀତ ହୋଇଯାଇଥିଲେ ।

Popular Articles