Friday, March 29, 2024

Top 5 This Week

Related Posts

ଲମତାପୁଟ ପୋଲିସ ଦ୍ୱାରା ୭୫ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ

ରିପୋର୍ଟ : ଶିବ ବିଶୋଇ
କୋରାପୁଟ, (୧୩/୦୬) : ପୁଣି ଲମତାପୁଟ ପୋଲିସ କୁ ବଡ ସଫଳତା । ଗଛିତ ରଖିଥିବା ଗଞ୍ଜେଇ ଉପରେ ଚଡାଉ କରୁଛି ପୋଲିସ । ଲମତାପୁଟ ପୋଲିସ ଦ୍ୱାରା ୭୫ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ କରାଯାଇଛି ।

ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ନୁଆପୁଟ ନଦୀ ଘାଟରୁ ବିପୁଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ଜଲାପୁଟ ଜଳଭଣ୍ଡାର ଦେଇ ନୁଆପୁଟ ଘାଟରେ ଗଛିତ କରି ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ପାଇଁ ରଖିଥିବା ବେଳେ ଖବର ପାଇ ଲମତାପୁଟ ପୋଲିସ ଦ୍ୱାରା ଚଡାଉ କରିଥିଲା ।

ପୋଲିସ ଆସିବା ଦେଖି ଅନ୍ଧାର ର ସୁଯୋଗ ନେଇ ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରୁ ୩୧ଟି ବସ୍ତାରେ ପ୍ରାୟ ସାଢେ଼ ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । କିନ୍ତୁ ପ୍ରଶ୍ନ ଉଠିଛି କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ବହୁ ସଫଳତା ପାଉଥିବା ବେଳେ ଅବକାରୀ ଏବଂ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ।

Popular Articles