Thursday, March 28, 2024

Top 5 This Week

Related Posts

କୁଳୁତା ସମାଜ ର ସପ୍ତମ ଜିଲ୍ଲା ସ୍ତରୀୟ ମହାସଭା ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ତା (୧୨/୦୬) : ବୌଦ୍ଧ ଜିଲ୍ଲା ସରସରା ଠାରେ କୁଳୁତା ସମାଜ ପକ୍ଷରୁ ସପ୍ତମ ଜିଲ୍ଲା ସ୍ତରୀୟ କୁଳୁତା ମହାସଭା ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l

ସର୍ବ ପ୍ରଥମେ କଳସ ଯାତ୍ରା, ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚନା, ଜାତି ପତାକା ଉତ୍ତୋଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିରେ ମଞ୍ଚ ପରିଚାଳନା କରିଥିଲେ ସ୍ୱାଧୀନ କୁମାର ପ୍ରଧାନ ଓ କୁଳୁତା ସମାଜ ର ସମ୍ପାଦକ ସୁଧୀର କୁମାର ନାଏକ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସଭାପତି ବେଲାଲସେନ ଭୋଇ, ସମ୍ମାନିତ ଅତିଥି ପୂର୍ବ ଜିଲ୍ଲା ସଭାପତି ନବୀନ ପ୍ରଧାନ, ଛତିଶଗଡ ରାଜ୍ୟ ଆବାହକ ହରିଚରଣ ପ୍ରଧାନ, ସଭ୍ୟ ନନ୍ଦଲାଲ ଭୋଇ, ବରଗଡ ଜିଲ୍ଲା ସଭାପତି ଅଗ୍ନି ପ୍ରଧାନ, ସମ୍ପାଦକ ଡା. ପର୍ଶୁରାମ ବାରିକ, ସମ୍ବଲପୁର ଜିଲ୍ଲା ସଭାପତି ଜଟା ଭୂଷଣ ସାହୁ, ସମ୍ପାଦକ ନକୁଳ ପ୍ରଧାନ, ସୋନପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ସାହୁ, ସମ୍ପାଦକ କ୍ଷେତ୍ରବାସୀ ପ୍ରଧାନ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ l

ବୌଦ୍ଧ ଜିଲ୍ଲା ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଦାଶରଥି ବାରିକ, ନିର୍ବାଚନ ଅଧିକାରୀ ନରେନ୍ଦ୍ର ସାହୁ ଓ ସହ ଅଧିକାରୀ ନିରାକାର ଭୋଇ ମଞ୍ଚାସିନ ଥିବାବେଳେ ଉକ୍ତ ସଭାରେ ଜାତି ର ଐତିହ୍ୟ, ସଂକୃତି, ପରମ୍ପରା, ରୀତିନୀତି, କୃଷି କ୍ଷେତ୍ରରେ ଉନ୍ନତି ସହିତ ନିଶା ନିବାରଣ, ଯୌତୁକ ବିନା ଆଦର୍ଶ ବିଭାହ ନିମନ୍ତେ ଉତ୍ସାହିତ, ଶିକ୍ଷା କ୍ଷେତ୍ରରେ ସହଯୋଗ ସହିତ ସାମ୍ବିଧାନିକ ଅଧିକାର ନିମନ୍ତେ ଆଲୋଚନା ହୋଇ ଥିବାର କର୍ମକର୍ତ୍ତା ସୂଚନା ପ୍ରଦାନ କରିଥିଲେ l ଦୁଇ ଦିନ ଧରି ହେବାକୁ ଥିବା ମହାସଭାରେ ଜିଲ୍ଲା ସାରା ପ୍ରତ୍ୟେକ ପରିବାରରୁ ଅଂଶ ଗ୍ରହଣ କରିଛନ୍ତି l

Popular Articles