Related Contents

କାଶୀପୁର ଝୋଡିଆ ସମ୍ପ୍ରଦାୟ ଭୋଟ ନ ଦେବାରୁ ମୋର ପରାଜୟ ଘଟିଲା-ଲାଲବିହାରୀ

ରାୟଗଡା ଜ଼ିଲ୍ଲା ପ୍ରତିନିଧି(ଅମୁଲ୍ୟ ନିସଙ୍କ): ରାୟଗଡା ବିଧାନସଭା କ୍ଷେତ୍ରରେ ବିଜେଡି ଓ କଂଗ୍ରେସ ରାସ୍ତାରେ କଣ୍ଟା ସାଜି ବିଜୟ ମୁକୁଟ ପିନ୍ଧିଲେ ଟାଣୁଆ ଆଦିବାସି ଝୋଡିଆ ନେତା ଶ୍ରୀ ମକରନ୍ଦ ମୁଦୁଲି | ଗୁଣୁପୁର ଓ ବିଷମକଟକରେ ବିଜେଡି ପ୍ରାର୍ଥୀ ବିଜୟ ହାସଲ କରିଥିବା ବେଳେ ରାୟଗଡା ବିଜେଡି ପ୍ରାର୍ଥୀଙ୍କୁ ପରାଜୟର ମୂହଁ ଦେଖିବାକୁ ପଡ଼ିଛ |

ଏହି ଆସନରୁ ବିଜେଡି ଟିକେଟ ଦେଇଥିଲା ପୂର୍ବତନ ମନ୍ତ୍ରୀ ଓ ଜ଼ିଲ୍ଲା ବିଜେଡି ସଭାପତି ରାୟଗଡ଼ ତଥା ଜ଼ିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ଲାଲବିହାରୀ ହିମିରିକା ଙ୍କୁ, କଂଗ୍ରେସରୁ ଆପାଳସ୍ବାମୀ କାଦରକା, ବିଜେପିରୁ ବସନ୍ତ ଉଲାକା ଓ କଂଗ୍ରେସ ଟିକେଟ ନ ପାଇ ସ୍ୱାଧୀନ ଭାବେ ମକରନ୍ଦ ମୁଦୁଲି ବିଧାୟକ ନିମନ୍ତେ ଲଢୁଥିଲେ | ଏହି ନିର୍ବାଚନ କ୍ଷେତ୍ର ରାୟଗଡ଼ ବ୍ଲକ, ରାୟଗଡା ପୌରାଞ୍ଚଳ ଓ କାଶୀପୁର ବ୍ଲକକୁ ନେଇ ଗଠିତ | ସବୁ ଦଳର ପ୍ରାର୍ଥୀ ରାୟଗଡ଼ ବ୍ଲକ ଓ ସହର ହୋଇଥିବାରୁ ସମଗ୍ର କାଶୀପୁର ବ୍ଲକ ବାସି ଏକ ସର୍ବସାଧାରଣ ସଭା ଡାକି ମକରନ୍ଦ ମୁଦୁଲିଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ସ୍ୱାଧୀନ ଭାବେ ଲଢ଼ିବା ନିମନ୍ତେ ନିଷ୍ପତି ନେଇଥିଲେ | କାଶୀପୁର ଅଂଚଳର ବରିଷ୍ଠ ନେତା କୃଶଚନ୍ଦ୍ର ମହାପାତ୍ର ମଧ୍ୟ ଏଥିରେ ସହମତି ଜଣାଇଥିଲେ | ସମସ୍ତ କାଶୀପୁର ବାସି ଦିନ ରାତି ଏକ କରି ମକରନ୍ଦଙ୍କୁ ବିଜିୟ ମୁକୁଟ ପିନ୍ଧାଇଦେଲେ | ବିଧାୟକ ରହିଥିବା ସମୟରେ ନିଜର ମତାମତ ଦେଇ ସବୁ ସମୟରେ ଚର୍ଚ୍ଚାର ଉଚ୍ଚରେ ରହି ଆସୁଥିଲେ ହିମିରିକା | ଯେତେବେଳେ କାଶୀପୁର ଅଂଚଳର ଆଦିବାସୀ ଆମ୍ବ ଟାଙ୍କୁଆ ଖାଇ ମୃତ୍ୟୁ ବରଣ କରୁଥିଲେ ସେହି ସମୟରେ ସେ କହିଥିଲେ ମୁଁ ନିଜେ ଟାକୁଆ ଖାଊଛି ମୁଁ ତ ମରୁ ନାହିଁ, ଏହା ଏକ ରାଜନୀତି ଚାଲ |

ମନ୍ତ୍ରୀ ଥିବା ସମୟରେ ଫୁଲବାଣୀରେ ନିରୀହ ଆଦିବାସୀ ପୋଲିସ ଗୁଳିରେ ମୃତ୍ୟୁ ବରଣ ସମୟରେ ଦେଇଥିବା ମନ୍ତବ୍ୟ ଲାଗି ନିଜର ଲୋକ ପ୍ରିୟତା ହରାଇ ବସିଲେ | ତା ସାଙ୍ଗକୁ କାଶୀପୁର ଅଂଚଳ ପ୍ରତି ଅଣଦେଖା ଲାଗି ପରାଜୟ ହେଲା ବୋଲି ଆଲୋଚନା ଚାଲିଥିବା ବେଳେ ଶ୍ରୀ ହିମରିକା ଏହାକୁ ଖଣ୍ଡନ କରି କହିଛନ୍ତି କାଶୀପୁର ଝୋଡିଆ ସମ୍ପ୍ରଦାୟ ଭୋଟ ନ ଦେବାରୁ ମୁଁ ପରାଜୟ ବରଣ କରିଛି | ମକରନ୍ଦ ମୁଦୁଲି ସ୍ୱାଧୀନ ପ୍ରାର୍ଥୀ ୫୨୭୫୧, ବିଜେଡି ପ୍ରାର୍ଥୀ ହିମିରିକା ୪୭୯୧୩, କଂଗ୍ରେସର ଆପଲ ସ୍ୱାମୀ ୩୯୬୨୫ ଓ ବିଜେପିର ବସନ୍ତ ଉଲାକା ୨୪୩୨୬ ଖଣ୍ଡ ଭୋଟ ପାଇଥଲେ | ସ୍ୱାଧୀନ ପ୍ରାର୍ଥୀ ୪୮୩୪ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକାଙ୍କୁ ପରାସ୍ତ କରି ବିଜିୟ ହେଲେ |ରାଜ୍ୟ ସଭା ସାଂସଦ ତଥା ରାୟଗଡାର ବିଜେଡିର ଟାଣୁଆ ନେତା ଶ୍ରୀ ଏନ ଭାସ୍କର ରାଓ ହିମିରିକାଙ୍କ ପ୍ରଚାର ମଙ୍ଗ ଧରିଥିଲେ | ପରାଜୟର କାରଣ ସମସ୍ତ ଦଳୀୟ କର୍ମୀ ନେତା ମାନେ ବସି ଆଲୋଚନା କରିବୁ ବୋଲି ଶ୍ରୀ ରାଓ କହିଛନ୍ତି |

Comments are closed.