Related Contents

ଜଗନାଥ ସାରକା ଲଗାତର ଦୁଇ ଥର ବିଷମକଟକ ବିଧାନସଭା ନିଜ ଅକ୍ତିଆରରେ ରଖିଲେ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଯୁବ ଚେହେରା ତଥା ଟାଣୁଆ ଆଦିବାସୀ ନେତା ଶ୍ରୀ ଜଗନାଥ ସାରକା ବିଧାନସଭା କ୍ଷେତ୍ର ବିଷମକଟକ ନିର୍ବାଚନ ମଣ୍ଡଳରୁ ନିର୍ବାଚିତ ହୋଇଛନ୍ତି | ବିଜେଡି ଦଳର ପ୍ରାର୍ଥୀ ଜଗନାଥ ସାରକା ୬୬୦୭୬ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନୀଳମାଧଵ ହିକକା ୫୨୭୯୬ ଖଣ୍ଡ ଭୋଟ ପାଇଥିଲେ |

ବିଜେଡି ପ୍ରାର୍ଥୀ ତାଙ୍କର ନିକତମ ପ୍ରାର୍ଥୀ କଂଗ୍ରେସର ନୀଳମାଧଵଙ୍କୁ ୧୩୨୦୪ଖଣ୍ଡ ଭୋଟ ଅନ୍ତରରେ ପରାସ୍ତ କରିଛନ୍ତି | ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୪ ଓ ୨୦୧୯ସାଧାରଣ ନିର୍ବାଚନ ସମୟରେ ଓଡିଶାର ଆରାଧ୍ୟ ଦେବତା ଶ୍ରୀ ଜଗନାଥଙ୍କ ନାମକୁ ସ୍ମରଣ କରି ସର୍ବପ୍ରଥମେ ଜଗନ୍ନାଥ ସାରକାଙ୍କ ନାମ ବିଷମକଟକ ବିଧାନସଭା ନିମନ୍ତେ ଘୋଷଣା କରିଥିଲେ | ଏଥି ପୂର୍ବରୁ ଶ୍ରୀ ସାରକା ରାୟଗଡ଼ ଜ଼ିଲ୍ଲା ପରିଷଦ ଅଧକ୍ଷ ଓ ୨୦୧୪ରେ ବିଷମକଟକର ବିଧାୟକ ରୂପେ ନିର୍ବାଚିତ ହୋଇ ବହୁ ଜନହିତକର କାମକରି ଲୋକଙ୍କର ଆପଣାର ହୋଇପାରିଥିଲେ | ସାରକା ବିଧାୟକ ରୂପେ ନିର୍ବାଚିତ ହୋଇ ମଧ୍ୟ୍ୟ ନିଜ ଚାଷ ଜମିରେ ଦିନ ମଜୁରିଆ ରୂପେ କାମକରୁଥିଲେ | ତାଙ୍କରି ମନରେ ଟିକିଏ ହେଲେ ଗର୍ବ ଅହଂକାର ନଥିବାରୁ ସେ ଆଜି ସମସ୍ତ ବିଷମକଟକ ଜନସାଧାରଣଙ୍କ ଅତି ପ୍ରିୟ ନେତା ହୋଇପାରିଛନ୍ତି | ତାଙ୍କରି ନିର୍ବାଚିତ ଖବର ପ୍ରଚାର ପରେ ସମଗ୍ର ବିଷମକଟକ ନିର୍ବାଚନ କ୍ଷେତ୍ରରେ ଖୁସିର ଲହରୀ ଖେଳିଯାଇଛି | ଶ୍ରୀ ସାରକାଙ୍କୁ ରାଜନୀତିକୁ ଆଣିବାରେ ଓ ବିଜୟ କରିବାରେ ରାୟଗଡ଼ ବିଜେଡିର ପୂର୍ବତନ ସଭାପତି, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଶ୍ରୀ ସୁଧୀର ଦାସଙ୍କ ହାତ ରହିଆସିଛି | ଶ୍ରୀ ସାରକାଙ୍କୁ ନିର୍ବାଚିତ କରିଥିବାରୁ ବିଷମକଟକ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ କୃତଜ୍ଞନ୍ତା ଜଣାଇଛନ୍ତି |

Comments are closed.