ଜିଆଇଇଟି ଵିଶ୍ଵବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ

0
255
ଜିଆଇଇଟି ଵିଶ୍ଵବିଦ୍ୟାଳୟର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୨/୬) : ସ୍ଥାନୀୟ ଜିଆଇଇଟି ଵିଶ୍ଵବିଦ୍ୟାଳୟର ସ୍କୁଲ ଅଫ ସାଇନ୍ସ ର ଗଣିତ ବିଭାଗ ପକ୍ଷରୁ ଅନ ଲାଇନ ମାଧ୍ୟମରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି ।

ଜିଆଇଇଟି ଵିଶ୍ଵବିଦ୍ୟାଳୟର ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ନାଇଜର ଅନୁଷ୍ଠାନ ଗଣିତ ବିଭାଗ ର ମୁଖ୍ୟ ପ୍ରଫେସର ବୃନ୍ଦାବନ ସାହୁ, ସମ୍ମାନୀୟ ଅତିଥି ଭାବେ ଚେନାଇ ସ୍ଥିତ ଭେଲୁର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ପ୍ରଫେସର ଡ଼. ବାଲାମୂର୍ଗନ୍ ବି. ଜେ, ବୀର ସୁରେନ୍ଦ୍ର ସାଏ ବୈଷୟିକ ଵିଶ୍ଵ ବିଦ୍ୟାଳୟ ଗଣିତ ବିଭାଗ ର ପ୍ରଫେସର ଡ଼. ସୃତି ରଞ୍ଜନ ମହାପାତ୍ର, ହିଂଜୁଳିକାଟୁ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଗଣିତ ବିଭାଗ ର ମୁଖ୍ୟ ଡ଼. ସରିତା ଚୌଧୁରୀ ପ୍ରମୁଖ ଯୋଗଦେଇ ଗଣିତ ପାଠ୍ୟକ୍ରମ ଭିତିକ ଗବେଷଣା ର ବିଭିନ୍ନ ଦିଗ ବିଷୟରେ ନିଜ ନିଜ ମତ ରଖିବା ସହ ଏହିଭଳି ସମ୍ମିଳନୀ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ସହ ଗବେଷଣା ପାଇଁ ସହାୟକ ହେବ ବୋଲି କହିଥିଲେ ।

ଵିଶ୍ଵ ବିଦ୍ୟାଳୟ ର କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡ଼. ଏନ. ଭି. ଜଗନ୍ନାଥ ରାଓ, ପରୀକ୍ଷା ନିରୀକ୍ଷକ ପି. ବିଜୟ କୁମାର, ସ୍କୁଲ ଅଫ ସାଇନ୍ସ ର ମୁଖ୍ୟ ଡ଼. ତାରିଣୀ ଚରଣ ବେହେରା, ବେସିକ ସାଇନ୍ସ ଆଣ୍ଡ ହୁମାନଟିସ ବିଭାଗ ର ମୁଖ୍ୟ ଡ଼ଃ ଦିଲୀପ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମିଳନୀରେ ରେ ଅଂଶଗ୍ରହଣ କରିଥିଲେ ।

ସମ୍ମିଳନୀର ଆବାହକ ତଥା ଗଣିତ ବିଭାଗ ର ମୁଖ୍ୟ ଡ଼. ବିପ୍ଲବ କୁମାର ରଥ ସମ୍ମିଳନୀ ବିଷୟରେ କହିଥିଲେ । ଗଣିତ ବିଭାଗ ର ଛାତ୍ରୀ ମୋୖନିକା ଦାସ ସମ୍ମିଳନୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଏନ. ଜଗନ୍ନାଧାମ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବିଭାଗ ର ଅଧ୍ୟାପକ ଡ଼. ଭି ଗଣେଶ, ଡ଼. ଦୀପନ ଜ୍ୟୋତି ମହାନ୍ତି, ଡ଼. ମାନସ ରଞ୍ଜନ ଷଡଙ୍ଗୀ, ଡ. ଅନିଲ କୁମାର, ଡ଼. ସିଦ୍ଧାନ୍ତ କୁମାର ସାହୁ ଓ କାଳୀ ପ୍ରସାଦ ରଥ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । ଏହି ସମ୍ମିଳନୀରେ ଅନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।