ବ୍ଲକ ସ୍ତରୀୟ କନ୍ଧ କୁଳ ପରିଷଦ ବୈଠକ

0
176
ବ୍ଲକ ସ୍ତରୀୟ କନ୍ଧ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ କନ୍ଧ କୁଳ ପରିଷଦ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।WhatsApp Image 2022 06 12 at 3.42.33 PM 1 ବ୍ଲକ ସ୍ତରୀୟ କନ୍ଧ କୁଳ ପରିଷଦ ବୈଠକ

ଏହି ସଭାରେ ମୁଖ୍ୟ ଅତିଥି ରୂପେ ବ୍ଲକ ସ୍ତରୀୟ କନ୍ଧ କୁଳ ପରିଷଦ ର ସଭାପତି ରଘୁନାଥ ନିଶିକା, ବ୍ଲକ ସ୍ତରୀୟ କନ୍ଧ କୁଳ ପରିଷଦ ର ସମ୍ପାଦକ ପାପାନା ପ୍ରସ୍କା, କନ୍ଧ କୁଳ ପରିଷଦ ର ଉପସଭାପତି ଗୋପିନାଥ ପେରିସିକା, କନ୍ଧ କୁଳ ପରିଷଦ ର ବରିଷ୍ଠ ସଭ୍ୟ ହଳଧର ହୁଇକା, ସଭ୍ୟ ଶ୍ରୀପତି କାଡ୍ରାକା, ଲଚମନ କାଡ୍ରାକା, ଵୈଦ୍ୟ ହିମିରିକା, ବୈଦ୍ୟନାଥ କାଡ୍ରାକା ମଞ୍ଚାସିନ ରହିଥିଲେ ।

ଏହି କନ୍ଧ କୁଳ ପରିଷଦ ସାଧାରଣ ସଭାରେ ଆଦିବାସୀ ମାନଙ୍କ ର ରୀତିନୀତି, ପରମ୍ପରା, ସଂସ୍କୃତି କୁ ବଜାୟ ରଖିବା ପାଇଁ ବ୍ଲକ ସ୍ତରୀୟ କନ୍ଧ କୁଳ ବା ଆଦିବାସୀ ସମାଜ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକ ର ୧୪ଟି ପଞ୍ଚାୟତ ରୁ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ୱ ଲୋକମାନେ ଉପସ୍ଥିତ ରହିଥିବା ବେଳେ ଆଦିବାସୀ ମାନଙ୍କ ର ପରମ୍ପରା, ସଂସ୍କୃତି, ଧର୍ମ ,ରୀତିନୀତି ଓ ବାଲ୍ୟ ବିବାହ କୁ ରୋକିବା ପାଇଁ କନ୍ଧ କୁଳ ସମାଜ ର ଆବଶ୍ୟକ ନୀତି ନିୟମ କୁ ଆଗରେ ରଖି ବ୍ଲକ ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ଏକ ତ୍ରିତ ହୋଇଥିବା ଜଣାପଡିଛି ।

ଏହି ସଭାରେ ଆଦିବାସୀ ମାନଙ୍କ ଆବଶ୍ୟକତା ବିଷୟ ମାନ ହେଲା ସଂସ୍କୃତି କୁ ଉଜ୍ଜୀବିତ କରିବା, ବାଲ୍ୟବିବାହ କୁ ନିରାକରଣ, କୁଇ ଭାଷା କୁ ବଞ୍ଚିରଖିବା, ବିବାହ ପରମ୍ପରାକୁ ବଜାୟ ରଖିବା, ସଂସ୍କାର ଆଣିବା, ଅନ୍ଧ ବିଶ୍ୱାସ କୁ ଦୂରୀକରଣ କରିବା ପାଇଁ ସଚେତନତା କରିଇବା, ବିପର୍ଯ୍ୟସ୍ତରେ ପିଡ଼ିତା ଙ୍କୁ ସମାଜ ତରଫରୁ ଯଥା ସମ୍ଭବ ଆର୍ଥିକ ସହାୟତା ଦେବା, ଭାଇଚାରା ଓ ଏକତା ମନଭାଵ କୁ ସୁଦୃଢ କରିବା, ସମାଜ ର ଆଗମୀ ପିଢ଼ି ଙ୍କୁ ସବୁ କ୍ଷେତ୍ରରେ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବା, ପ୍ରାକୃତିକ ସମ୍ପଦ, ଜଙ୍ଗଲ ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବା, ଗରୀବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା, ପାରମ୍ପରିକ କ୍ରୀଡ଼ାରେ ପ୍ରେରଣା ଦେଇ ଉତ୍ସାହିତ କରିବା, ଗରିବ ନିରୀହ ମାନଙ୍କୁ ସରକାରୀ ଙ୍କ ବିଭିନ୍ନ ପ୍ରକାର ମଙ୍ଗଳକାରୀ ଯୋଜନା ରେ ଅବଗତ କରାଇବା, ସମାଜରେ ଘଟୁଥିବା ଛୋଟ ଛୋଟ ବିଶୃଙ୍ଖଳା ମକଦ୍ଦମା କନ୍ଧ କୁଳ ପରିଷଦ ପକ୍ଷରୁ ଫଇସଲା କରିବା ନେଇ ଆଲୋଚନା ହୋଇଥିଲା ।

କନ୍ଧକୁଳ ପରିଷଦ ର ସଙ୍ଘଠନ କୁ ସୁଦୃଢ କରି ମଜଭୂତ କରିବା ପାଇଁ ବ୍ଳକ ର ପ୍ରତ୍ୟେକ ପଞ୍ଚାୟତ ରୁ ନୂତନ ଭାବେ ସଭାପତି, ସମ୍ପାଦକ ଚୟନ କରାଯାଇଥିଲା । ପରିଶେଷରେ ବ୍ଲକ ସଭାପତି, ଉପସଭାପତି ଓ ସମ୍ପାଦକ ଚୟନ କରାଯାଇ ଶ୍ରୀ ରଘୁନାଥ ନିଶିକା ଙ୍କୁ ବ୍ଲକ ସଭାପତି ରୂପେ ମାନନୀତ କରିବା ପରେ ଦୁଇ ଜଣଙ୍କୁ ଉପସଭାପତି ରୂପେ ଶଙ୍କର ହୁଇକା ଏବଂ ଦନସିଂ ତିମାକା ଙ୍କୁ ଚୟନ କରାଯାଇଥିଲା । ତା’ପରେ ସମ୍ପାଦକ ରୂପେ ବିଶ୍ୱନାଥ କାଡ୍ରାକା ଓ କୋଷାଧ୍ୟକ୍ଷ ଭାବେ ଅଶୋକ ବିଡ଼ିକା ଙ୍କୁ ମନନୀତ କରାଯାଇଥିଲା ।