Related Contents

କୋରାପୁଟ ଲୋକସଭା ଆସନରୁ ବିଜୟ ହୋଇ କଂଗ୍ରେସର ସମ୍ମାନ ରଖିଲେ ସପ୍ତଗିରି

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ସାରା ଦେଶ ମୋଦି ଲହରୀ ସାଙ୍ଗକୁ ଓଡିଶାରେ ନବୀନ ଲହରୀ ଚାଲିଥିଲା କିନ୍ତୁ ଏହି ଲହରୀ କୁ ମାଡି ଆଗେଇ ଚାଲିଲେ କୋରାପୁଟ ଲୋକ ସଭା ସାଂସଦ ପ୍ରାର୍ଥୀ ଶ୍ରୀ ସପ୍ତଗିରି ଉଲାକା | କଂଗ୍ରେସ ଦଳର ମର୍ଯ୍ୟାଦାକୁ ରକ୍ଷା କରିବାରେ ସକ୍ଷମ ହୋଇପାରିଲେ |

ଗତ ୨୦୧୪ଲୋକସଭା ନିର୍ବାଚନରେ ଓଡିଶାରୁ କଂଗ୍ରେସ ଧୂଳିସାତ ହୋଇଥିଲା | ଠିକ ସେହିପରି ଏହି କୋରାପୁଟ ସାଂସଦ କ୍ଷେତ୍ର ବିଜେଡି ହାତକୁ ୨୦୦୯ ଓ ୨୦୧୪ରେ ଚାଲିଯାଇଥିଲା | ୨୦୦୯ ରେ ଜୟରାମ ପାଙ୍ଗି ଓ ୨୦୧୪ ରେ ଝିନ ହିକକା ବିଜେଡି ତରଫରୁ ପ୍ରତିନିଧିତ୍ୱ କରିଥିଲେ କିନ୍ତୁ ବିଜେଡିର ଏହି ବିଜୟ ଧାରାକୁ ବହୁତ ଝଟକା ଦେଇ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଇଞ୍ଜିନିଅର ସପ୍ତଗିରି ଉଲାକା ବାଜି ମାରିନେଲେ | ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଗୋଟି ବିଧାନସଭା କ୍ଷେତ୍ରରେ ୬ଗୋଟି ବିଜେଡିକୁ ୧ଟି କଂଗ୍ରେସକୁ ଯାଇଛି | ଏଥିରେ କଂଗ୍ରେସ ପ୍ରାର୍ଥୀ ବିଧାନସଭାକୁ ଯାଇ ପାରିନାହାନ୍ତି କିନ୍ତୁ ସସମସ୍ତଙ୍କୁ ଚମକାଇଦେଇ ସପ୍ତଗିରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି | ପୂର୍ବରୁ ଏହି ଆସନ କଂଗ୍ରେସର ଗଡ଼ଥିଲା | ୧୯୫୭ ରୁ ୨୦୧୯ ମଧ୍ୟରେ ଏହି କୋରାପୁଟ ଲୋକସଭା ଆସନ ନିମନ୍ତେ ୧୮ ଥର ନିର୍ବାଚନ ହୋଇଛି | ଏହି ୧୮ ଥର ରୁ କଂଗ୍ରେସ ଦଳ ପ୍ରାର୍ଥୀ ସଂସଦକୁ ନିର୍ବାଚିତ ହୋଇଛନ୍ତି ୧୬ ଥର | ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ନେତା ଡାକ୍ତର ଗିରିଧାରୀ ଗମାଙ୍ଗ ଏହି କୋରାପୁଟ ଲୋକସଭା ଆସନରୁ ୯ ଥର ସଂସାଦ ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ ଏହି ବିଜୟ ଧାରାକୁ ରୋକ ଲଗାଇ ବିଜେଡି ପ୍ରାର୍ଥୀ ଜୟରାମ ପାଙ୍ଗି ପ୍ରଥମ ଥର ପାଇଁ କଂଗ୍ରେସ ଗଡ଼କୁ ଭାଙ୍ଗି ବିଜିୟ ହୋଇଥିଲେ ଓ ପରେ ୨୦୧୪ ରେ ଏହି ଆସନରୁ ପାଙ୍ଗିଙ୍କ ପରିବର୍ତ୍ତେ ଝିନ ହିକକା ଙ୍କୁ ବିଜେଡି ଟିକେଟ ଦେଇଥିଲେ | ଏଥିରେ ଝିନ ହିକକା ବିଜୟ ହୋଇଥିଲେ କିନ୍ତୁ ଏହିଥର ବିଜେଡି ମହିଳା କାର୍ଡ ଖେଳି ସାଂସଦ ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହାକକାଙ୍କୁ ଟିକେଟ ଦେଇଥିଲା |

ସେହିପରି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ପୂର୍ବତନ କୋରାପୁଟ ସାଂସଦ ଗିରିଧାରୀ ଗମାଙ୍ଗ ଠିକ ସେହିପରି ୨୦୧୪ ରେ ଲୋକ ସଭାରେ ଟିକେଟରୁ ବଞ୍ଚିତ ହୋଇଥିଲେ ଓ ଦଳରେ ଅଣଦେଖା କରାଯାଉଥିଲା ତେଣୁ ପାଙ୍ଗି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ | ତେଣୁ କଂଗ୍ରେସ ୨୦୧୯ ରେ ଯୁବ ଚେହେରା କଂଗ୍ରେସର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପୁତ୍ର ସପ୍ତଗିରି ଉପରେ ଭରସା କରି ସଂସାଦ ଟିକେଟ ପ୍ରଦାନ କରିଥିଲେ | ଶେଷରେ ଏହି ଆସନରେ ୨୦୧୯ରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ମୁକାବିଲା ହୋଇ ଥିଲା | ଗୋଟିଏ ପଟେ ମୋଦି ହାୱା ଓ ଅନ୍ୟ ପଟେ ନବୀନ ଲହରୀ ଚାଲିଥିଲା କିନ୍ତୁ ସବୁକୁ ପଛରେ ପକାଇ ଯୁବ ଚେହେରା ଉଲାକା ୩୬୧୩ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି | କଂଗ୍ରେସ ଦଳର ପ୍ରାର୍ଥୀ ଉଲାକା ୩୭୧୧୨୯ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକା ୩୬୭୫୧୬ ଖଣ୍ଡ ଭୋଟ ପାଇଛନ୍ତି ଓ ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି ୨୦୮୩୯୮ ଖଣ୍ଡ ଭୋଟ ପାଇଛନ୍ତି | ସପ୍ତଗିରିଙ୍କ ବିଜିୟ ପରେ ଜ଼ିଲ୍ଲା ତଥା ରାଜ୍ୟ କଂଗ୍ରେସ ରେ ହଇଚେଇ ସୃଷ୍ଟି ହୋଇଯାଇଛି | କଂଗ୍ରେସର ସମ୍ମାନ ରକ୍ଷା କରି ଥିବାରୁ ଓଡିଶା ରାଜନୀତି କ୍ଷେତ୍ରରେ କଂଗ୍ରେସରେ ନିଜ ପଲା କୁ ଭରି କରିପାରନ୍ତି ସପ୍ତଗିରି ବୋଲି ବହୁ ରାଜନୈତିକ ବିଷେଶଜ୍ଞ ମାନେ ମତ ରଖୁଛନ୍ତି | ଏହି ବିଜୟ ଧାରାକୁ ଅଵ୍ୟହିତ ରଖିବା ସାଙ୍ଗକୁ କଂଗ୍ରେସରେ ନିଜର ସ୍ଥାନ ଟାଣୁଆ ରଖନ୍ତୁ ବୋଲି ଲୋକଙ୍କ ବିଶ୍ୱାସ |

Comments are closed.