Advertisements
Saturday, July 4, 2020
Home General Election 2019 ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ

ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ

କଳାହାଣ୍ଡି (ଚିତ୍ତରଞ୍ଜନ ବାଗ): ଗତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଇସ୍ତଫା ଦେଇଛନ୍ତି ।

ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ଘଟିଛି । ଲୋକସଭା ନିର୍ବାଚନରେ ଦଳ ମାତ୍ର ଗୋଟିଏ ଆସନ ହାସଲ କରିଥିବା ବେଳେ ବିଧାନସଭାରେ ଦଳର ସଭ୍ୟ ସଂଖ୍ୟା ୧୬ ରୁ ୯କୁ ଖସି ଆସିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତା ପରାଜିତ ହୋଇଛନ୍ତି । ଏପରିକି ଶ୍ରୀ ଦାସ ନିଜେ କଳାହାଣ୍ଡି ଲୋକସଭା ଆସନ ଏବଂ ତାଙ୍କର ପୁତ୍ର ସାଗର ଦାସ ଭବାନୀପାଟଣା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ହାରି ଯାଇଛନ୍ତି । ପୂର୍ବରୁ ପି.ସି.ସି ସଭାପତି ନିରଂଜନ ପଟ୍ଟନାୟକ ଦଳୀୟ ବିପର୍ଯ୍ୟୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ଇସ୍ତଫା ଦେଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: