Related Contents

ମୋରମ ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ, କେହି ମୃତାହତ ହୋଇନାହିଁ

କୋଲନରା (ଗୋପୀନାଥ କଣ୍ଡାଗରୀ): ଆଜି କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଜିଲ୍ଲା ରାୟଗଡ଼ାର କୈଳାଶପୁର ଗ୍ରାମ ହନୁମାନ ମନ୍ଦିର ନିକଟରେ ଗୋଟିଏ ମରମ ବୋଝେଇ ଟ୍ରାକ୍ଟର ଦୂର୍ଘଟଣା ଘଟିଛି ।

ଏହି ଦୂର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସୂଚନାଯୋଗ୍ୟ ରୟଗଡାର ଜଣେ କଣ୍ଟ୍ରାକ୍ଟର ନାମ ଲୋକ ନାୟକ ତାଙ୍କର ଡ୍ରାଇଭର ନାମ ସୁସାନ୍ତ ନାୟକ ମରମ ଲୋଡକରି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଝୋଲା ଭିତରେ ଓଲଟି ଯାଇଥିଲା । ଭାଗ୍ୟବଶତଃ ଯେ କେହି ମୃତାହତ ହୋଇନାହାନ୍ତି । ଆଶ୍ଚର୍ଯ୍ୟର କଥା ଏହିକି ଗାଡ଼ିର ଫିଟ୍ନେସ୍ ଅଛି କି ନାହିଁ ସନ୍ଦେହ, କାରଣ ଗାଡିର ନମ୍ବର ପ୍ଲେଟ ତ ଦୂରର କଥା ଗାଡ଼ିରେ କୈଣସି ଯାଗାରେ ନାମ ମାତ୍ର ପାଇଁ ମଧ୍ୟ ଗାଡି ନମ୍ବର ନାହିଁ । ଗାଡି ନମ୍ବର ବିଷୟରେ ଡ୍ରାଇଭରକୁ ପଚାରିଲେ ସେ କହୁଛି କି ତାଙ୍କର ଇଛା ହେଲେ ଲଗେଇବେ ନ ହେଲେ ନାହିଁ ଓ ଏ ସବୁ ଗାଡି ମାଲିକ ବୁଝିବେ | ଏଥିରୁ ସନ୍ଦେହ ଯୋଗ୍ୟ ଯେ ମୋରମ ପାଇଁ ମଧ୍ୟ ପରମିଟ ଅଛି କି ନାହିଁ ସନ୍ଦେହ । ଫରେଷ୍ଟର କି ଆର୍ ଆଇ ଏବଂ ଵିଭାଗିୟ ଅଧିକାରୀ ମାନେ ହି ଯଦି ତଦନ୍ତ କରିବେ ତାହେଲେ ଜଣାପଡିବା ବୋଲି ସାଧାରଣ ଲୋକେ ପ୍ରକାଶ କରୁଛନ୍ତି ।

Comments are closed.