Friday, March 29, 2024

Top 5 This Week

Related Posts

ଅନୁସୂଚିତ ଜନଜାତି ହିତାଧିକାରୀ ମେଳା ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୨/୦୬) : ମୋଦୀ ସରକାରଙ୍କ ଦ୍ଵିତୀୟ ପାଳି ର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ଆଜି ଅନୁସୂଚିତ ଜନଜାତି ହିତାଧିକାରୀ ମେଳା ର ଆୟୋଜନ କରାଯାଇଥିଲା ।WhatsApp Image 2022 06 11 at 5.15.38 PM ଅନୁସୂଚିତ ଜନଜାତି ହିତାଧିକାରୀ ମେଳା ଅନୁଷ୍ଠିତ

ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ଲକ୍ଷ୍ୟ ଆତ୍ମନିର୍ଭର ଭାରତ ଗଠନ । ପଛୁଆ ବର୍ଗ ଭାରତ ବର୍ଷ ର ଵୃହତ ସଂଖ୍ୟା ଗରିଷ୍ଠ ଵର୍ଗ । ଶତାବ୍ଦୀ ଶତାବ୍ଦୀ ଧରି ଏହି ବର୍ଗ ଭାରତରେ ସେଵା, ଶ୍ରମ, ସମର୍ପଣ ଭାବକୁ ନେଇ କାର୍ଯ୍ୟକରି ଆସିଛି । ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଓଵିସି କମିଶନ ଗଠନ କରି ଆମ ଅଧିକାର ଓ କାର୍ଯ୍ୟକୁ ସ୍ୱୀକୃତି ଦେଇଛନ୍ତି ‌। ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ନିର୍ବାଚନ ମଣ୍ଡଳୀ ର ରାମନାଗୁଡା “କ” ଜୋନ ର ମଇପଙ୍ଗା ଗ୍ରାମରେ ରାମନାଗୁଡା “ଖ” ଜୋନ ର ଗରଣ୍ଡା, ଟିକରପଡା, ରାଇଗୁଡା ଓ ପଦ୍ମପୁର ର ଧାରାପୁରେ ଏସ୍ ଏଚ ଜି ମାଁ ମାନେ ସମାବେଶ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ରାୟଗଡା ଜିଲ୍ଲା ସଭାପତି ବିଜୟକୃଷ୍ଣ ଗମାଙ୍ଗ, ଉପସଭାପତି ବନମାଳୀ ଗମାଙ୍ଗ, ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ପାଢ଼ୀ, ଚିନ୍ନା କଣ୍ଡାଗରି, ଗୋବର୍ଦ୍ଧନ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ମହତ୍ୱ ସମ୍ପର୍କରେ ବୁଝାଇଥିଲେ ।

Popular Articles