ନୂତନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

0
492
ନୂତନ ରଥ ନିର୍ମାଣ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୧/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା କୁ ଆଖି ଆଗରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜୋର ସୋରରେ ନୂତନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

ମାତ୍ର ୨୦ ଦିନରେ ଶ୍ରୀ ଜୀଉ ଙ୍କ ଗୁଣ୍ଡିଚା ହେବାକୁ ରହିଛି । ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀ ନରସିଂହ ପାଢ଼ୀଙ୍କ ନେତୃତ୍ୱରେ ଆନ୍ଧ୍ର ପ୍ରଦେଶ କିଛି କାରିଗର ଓ କଲ୍ୟାଣସିଂହପୁର ଅଞ୍ଚଳର କିଛି କାରିଗର ଉପସ୍ଥିତ ରହି ଶ୍ରୀଜୀଉଙ୍କ ନିମନ୍ତେ ନୂତନ ରଥ ନିର୍ମାଣ କରାଯାଉଛି । କରୋନା ମହାମାରୀ ଯୋଗୁଁ ୨ ବର୍ଷ ରଥଯାତ୍ରା ବନ୍ଦ ରହିଥିବାରୁ ଚଳିତ ବର୍ଷ ଧୁମଧାମରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ପାଳନ କରାଯିବ ଜଣାପଡିଛି । ଅଳ୍ପ ଦିନ ମଧ୍ୟରେ କିପରି ରଥ ନିର୍ମାଣ କରାଯିବ ସେଥିପାଇଁ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦିନ ରାତି ଜୋର ସୋର ନିର୍ମାଣ କାର୍ଯ୍ୟ ଲାଗି ଥିବା ବେଳକୁ କଲ୍ୟାଣସିଂହପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି ।