Friday, March 29, 2024

Top 5 This Week

Related Posts

ଶିଆଳି ରାସ୍ତାରେ ଆଉ ଗୋଟିଏ କାର ଦୁର୍ଘଟଣାରେ ଫସିଛି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୬) : କାଶୀନଗରରେ ଗତ ଦୁଇଦିନ ତଳେ ଏକ ବୋଲେରୋ ଓ ଟ୍ରକ୍ ସହ ଯେଉଁଠି ଦୁର୍ଘଟଣା ଘଟି ଥିଲା ତାହାଠାରୁ ୧୦୦ ମିଟର ଦୂର ଶିଆଳି ରାସ୍ତାରେ ଏକ କାର ଛତିଶଗଡ ରୁ ୫ ଜଣ ସାଧୁଙ୍କୁ ନେଇ ପଲସା ଆସୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଆସିଥିଲା ହଠାତ୍ ଗାଈ ଙ୍କୁ ବଞ୍ଚାଇବାକୁ ଯାଇ ଏକ ଗଛ କୁ ଧକ୍କା ଦେଲା ।

ଡ୍ରାଇଭର ଙ୍କ ବ୍ୟତୀତ ଅନ୍ୟ ୫ ଜଣ ଙ୍କୁ କୌଣସି କ୍ଷତି ସୃଷ୍ଟି ହୋଇନାହିଁ । ଡ୍ରାଇଭର ନିରଞ୍ଜନ ଜାନି ଆଜି କାଶୀନଗର ଥାନାରେ ଅଭିଯୋଗ ଦେଇଛନ୍ତି । ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଏ ଏସ ଆଇ ଶଙ୍କର ରାଓ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛନ୍ତି । ଏହି ଶିଆଳି ରାସ୍ତାରେ ମରଣଯନ୍ତା ପାଲଟିଛି । ଏଣୁ ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Popular Articles