ନବରଙ୍ଗପୁର ଜିଲ୍ଲା ବିଧାନସଭା ନିର୍ବାଚନରେ ବିଜେଡି – ୩, ବିଜେପି-୧ ଆସନରେ ବିଜୟୀ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି(ଏ.ସତୀଶ): ନବରଙ୍ଗପୁର ଜିଲ୍ଲାରେ ଚାରଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ତିନିଟିରେ ବିଜେଡି ବାଜି ମାରିଥିବା ବେଳେ ଗୋଟିଏରେ ବିଜେପି ବିଜୟୀ ହୋଇଛି । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ୩୯ ରାଉଣ୍ଡ ଭୋଟ ଗଣତି ପରେ ବିଜୟୀ ହୋଇଥଲେ । ସେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଗୋୖରୀ ଶଙ୍କର ମାଝୀ ଠାରୁ ୭୦୭୯ ଅଧିକ ଭୋଟ ପାଇଛନ୍ତି ।

ନିତ୍ୟାନନ୍ଦ ଗଣ୍ଡ , ବିଜେପି ବିଧାୟକ , ଉମରକୋଟ

ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ମୋଟ ୬୪୮୩୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଗୋୖରୀ ଶଙ୍କର ମାଝୀ ୫୭୭୫୮ ଓ କଂଗ୍ରେସ ପ୍ରାର୍ଥୀ ସଦନ ନାୟକ ୫୪୯୦୭ ଭୋଟ ପାଇଥିଲେ । ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରୀ ୩୪ ରାଉଣ୍ଡରେ ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦୀ ଭୁଜବଳ ମାଝୀ ଙ୍କୁ ୭୫୫୦ ଭୋଟରେ ପରାସ୍ତ କରିଛନ୍ତି ।

ମନୋହର ରନ୍ଧାରୀ, ବିଜେଡି ବିଧାୟକ , ଡାବୁଗାଁ ନିର୍ବାଚନ ମଣ୍ଡଳୀ

ରନ୍ଧାରୀ ମୋଟ ୭୩୨୦୦ ଭୋଟ ପାଇଥିଲା ଭୁଜବଳ ମାଝୀ ୬୫୮୦୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପଦ୍ମନ ନାୟକ ୧୬୩୩୫ ଭୋଟ ପାଇଛନ୍ତି । ଝରିଗା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ ୩୭ ରାଉଣ୍ଡରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଉଳଧର ମାଝୀଙ୍କ ଠାରୁ ୩୧୪୪୪ ଟି ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେ ମୋଟ ୭୭୫୩୫ ଭୋଟ ପାଇଥିବା ବେଳେ କଂଗ୍ରେସ ୪୬୦୯୧ ଭୋଟ ଓ ବିଜେପିର ପର୍ଶୁରାମ ମାଝୀ ୩୯୮୩୭ ଭୋଟ ପାଇଛନ୍ତି ।

ପ୍ରକାଶ ଚନ୍ଦ୍ର ମାଝୀ , ବିଜେଡି ବିଧାୟକ , ଝରିଗାଁ ନିର୍ବାଚନ ମଣ୍ଡଳୀ

ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ୩୨ ରାଉଣ୍ଡରେ ତାଙ୍କ ନିକଟତମ ବିଜେଡି ପ୍ରତିଦ୍ୱନ୍ଦୀ ସୁବାଷ ଗଣ୍ଡ ୯୭୬୩ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜେପିର ନିତ୍ୟାନନ୍ଦ ଗଣ୍ଡ ୫୯୬୬୩ ଭୋଟ ପାଇଥିବାବେଳେ ବିଜେଡିର ସୁବାଷ ଗଣ୍ଡ ୪୯୯୦୦ ଭୋଟ ଓ କଂଗ୍ରେସର ଯୋଶଦା ଗଣ୍ଡ ୩୨୩୦୭ ଭୋଟ ପାଇଛନ୍ତି । ଚଳିତ ନିର୍ବାଚନରେ ନବରଙ୍ଗପୁର ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ମୂଳଫୋଚ ହୋଇଯାଇଛି ।

ସଦାଶିବ ପ୍ରଧାନୀ , ବିଜେଡି ବିଧାୟକ ,ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ

ବିଜେଡି ଉମରକୋଟ ବିଧାନସଭା ଆସନ ହରାଇଥିବା ବେଳେ କଂଗ୍ରେସ ଗୋଡ଼ ରୂପେ ପରିଚିତ ଡାବୁଗାଁ ବିଧାନସଭା ଆସନ କୁ ବିଜେଡି ନିଜ ଅକ୍ତିଆର କରିବାରେ ସଫଳ ହୋଇଛି ।

Comments are closed.