ଇଣ୍ଡିଆ ବୁକ ଅଫ ରେକର୍ଡରେ ବଲାଙ୍ଗୀର ର ଝିଅ

0
357
ଇଣ୍ଡିଆ ବୁକ ଅଫ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୧/୦୬) : ବଲାଙ୍ଗୀର ସହର ସାଲେପାଲି ର ଡ଼. ସୁମିତ୍ରା ଷଡ଼ଙ୍ଗୀ ଓ ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀ ଙ୍କ ୧୦ ବର୍ଷ ର ଝିଅ ସମୀକ୍ଷା ସମୃଦ୍ଧି ଷଡ଼ଙ୍ଗୀ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇ ବଲାଙ୍ଗୀର ଜିଲ୍ଲା ର ଗର୍ବ ଗୌରବ ବଢ଼ାଇଛନ୍ତି ।

ଓଡିଶୀ ହେଉ କି ଆଧୁନିକ, କରାଟେ କିମ୍ବା ମଡେଲିଂ ସବୁଥିରେ ସମୀକ୍ଷା ଚାମ୍ପିଅନ । ଖାଲି ସେତିକି ନୁହେଁ ପାଠ ପଢ଼ାରେ ମଧ୍ୟ ସେ ଏକ ନମ୍ବର । ଏଭଳି ବହୁମୁଖୀ ପ୍ରତିଭା ର ଅଧିକାରିଣୀ ଭାବେ ବଲାଙ୍ଗୀର ଜିଲ୍ଲାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ସମୀକ୍ଷା । ସେ ଭବିଷ୍ୟତରେ ଜିଲ୍ଲାପାଳ ହେବାର ଲକ୍ଷ୍ୟ ରଖିଛନ୍ତି । ସେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇ ଥିବା ଜାଣିବା ପରେ ତାଙ୍କୁ ଚାରି ଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି ।