ଧର୍ମଗଡ ଥାନା ପୋଲିସ ର ସଫଳତା : ବ୍ୟବସାୟୀଙ୍କ ଘରୁ ଡକାୟତି ମାମଲାରେ ୪ ଗିରଫ

0
178
ଧର୍ମଗଡ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା.(୧୦/୦୬) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଗତ ୩୦ ତାରିଖ ମଧ୍ୟ ରାତିରେ ବ୍ୟବସାୟୀ ଦୀନେଶ ଅଗ୍ରୱାଲଙ୍କ ଘରୁ ହୋଇଥିବା ଡକାୟତି ଘଟଣା ର ପର୍ଦାଫାଶ କରିବାରେ ସଫଳ ହୋଇଛି ଧର୍ମଗଡ ଥାନା ପୋଲିସ ।

ଏ ସମ୍ପର୍କରେ ଧର୍ମଗଡ ଏସଡିପିଓ ଙ୍କ କାର୍ଯ୍ୟାଳୟ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି. । ପୋଲିସ ଏ ନେଇ ଟିଟିଲାଗଡ ଅଞ୍ଚଳ ର ବାସୁ ପଟେଲ, ନେପାଳ ଜୁଆଡ, ଯୁଗେନ ପଟେଲ, କୈଳାସ ହାତୀ ନାମକ ଚାରି ଜଣକୁ ଗିରଫ କରି ସେମାନଙ୍କ ଠାରୁ ୩୧ ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ ଭରି ସୁନା, ୪ ମଟର ସାଇକେଲ, ୬ଟି ମୋବାଇଲ ଫୋନ, ୨ଟି ଫିଙ୍ଗର ଗ୍ଲୋବ ଓ ଡକାୟତିରେ ବ୍ୟବହୃତ ଗୋଟିଏ ବୋତଲକୁ ଜବତ କରିଥିବା ସୂଚନା ଦିଆଯାଇଛି ।

ଏହି ଘଟଣାରେ ସାମିଲ ଥିବା ଅନ୍ୟ ୨ ଜଣ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ । ଘଟଣାରୁ ପ୍ରକାଶ ଯେ, ଗତ ୩୦ ତାରିଖ ମଧ୍ୟ ରାତ୍ରୀରେ ଶ୍ରୀ ଅଗ୍ରୱାଲଙ୍କ ଘରେ ପଶି କେମିକାଲ ପ୍ରୟୋଗ କରି ବ୍ୟବସାୟୀଙ୍କ ମାଆ ଓ ଭଉଣୀ ଶୋଇଥିବା କୋଠରୀରୁ ୫୦ ଲକ୍ଷ ଟଙ୍କା ଭର୍ତ୍ତି ବେଗ ଉଠାଇ ନେଇ ଚମ୍ପଟ ମାରିଥିଲେ । ଫେରାର ଥିବା ଅନ୍ୟ ଦୁଇ ଜଣଙ୍କ ଗିରଫ ପରେ ଅହୁରି ସାମଗ୍ରୀ ମିଳିବାର ଆଶା ଥିବା ପୋଲିସ ସୂତ୍ରରୁ ପ୍ରକାଶ ।