ଜୀବନ ବିକାଶ ଇଂଲିଶ ମାଧ୍ୟମ ସ୍କୁଲ ପୁନଃ ଖୋଲିବିପାଇଁ ଦାବି

ପଡିଆ, ମାଲକାନଗିରି(ନୟମି ଖରା): ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛନ୍ତି ସତ କିନ୍ତୁ ସରକାରୀ ସ୍କୁଲରେ ସଠିକ ପାଠ ପଢା ହେଉନଥିବାରୁ ଅବିଭାବକ ମାନେ ନିଜ ପିଲାଙ୍କ ଉତ୍ତମ ପାଠ ପଢ଼ା ନିମନ୍ତେ ଇଂଲିଶ ମାଧ୍ୟମ ସ୍କୁଲରେ ଦାଖଲ କରିଥାନ୍ତି |

ସୂଚନା ଅନୁସାରେ ଏମଭି ୭୯ଠାରେ ଜୀବନ ବିକାଶ ନାମକ ଏକ ଇଂଲିଶ ମାଧ୍ୟମ ସ୍କୁଲ ଖୋଲାଯାଇଥିଲା | ସେଥିରେ ବହୁତ ଅନାଥ ଆଦିବାସି ତଥା ହରିଜ଼ନ ପିଲାମାନେ ରହି ପାଠ ପଢୁଥିଲେ ଓ ହଷ୍ଟେଲରେ ରହୁଥିଲେ | କିନ୍ତୁ ପ୍ରସାଶନ ଏହି ସ୍କୁଲ ସରକାରୀ ଜମିରେ ତିଆରି କରାଯାଇଛି, ଏହା ବେଆଇନ କହି ଭାଙ୍ଗି ଦେଇଥିଲେ | ଯଦ୍ୱାରା କୋମଳମତି ଶିଶୁମାନେ ପାଠ କଣ ପଢିବେ ମୁଣ୍ଡ ଗୁଞ୍ଜିବା ନିମନ୍ତେ ଗଛତଳେ ଆଶ୍ରୟ ନେଇଥିଲେ |

ଦୟନୀୟ ଅବସ୍ଥାରେ ପିଲାମାନେ ରହିଥିବା ଦେଖି ସେମାନଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ସ୍ଥାନୀୟ ଅଂଚଳରେ ଜନଅସନ୍ତୋଷ ବଢ଼ିବାରେ ଲାଗିଲା | ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି କାଲିମେଳା ବ୍ଲକ ଅଧକ୍ଷ ମାଲା ମାଢିଙ୍କ ନେତୃତ୍ୱରେ ବହୁ ସରପଞ୍ଚ ବିଭିନ୍ନ ବେସରକାରୀ ଅନୁଷ୍ଠାନର ସମ୍ପାଦକ ସଭାପତି ସ୍ଥାନୀୟ ଏମଭି ୭୯ଅଂଚଳର ବହୁ ବୁଦ୍ଧିଜୀବି ଯୋଗଦେଇ ଏହି ସ୍କୁଲ ପୁନଃ ଚାଲୁ କରିବା ପାଇଁ ମତ ରଖିଥିଲେ ଓ ଜ଼ିଲ୍ଲାପାଳଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତି ନେଇଥିଲେ | ଅତିଶୀଘ୍ର ଜ଼ିଲ୍ଲାପାଳ ସହଯୋଗ କରି ସ୍କୁଲର ପୁନଃ ଚାଲୁ ନକରନ୍ତି ତେବେ ଆଗମୀଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଉପସ୍ଥିତ ଜେସନସଧାରଣ ଚେତାବନୀ ଦେଇଛନ୍ତି |

Comments are closed.