Related Contents

ବିଜେଡିର ଗଡ଼ ଯାଜପୁର ପୁଣି ବିଜେଡି ଅକ୍ତିଆରରେ

ଯାଜପୁର(ସତ୍ୟଜିତ ବାରିକ): ଦେଶରେ ୨୦୧୯ ଲୋକସଭାର ଜନମତ ମୋଦିଙ୍କ ସପକ୍ଷରେ ଯାଇଥିବାବେଳେ ରାଜ୍ୟର ଲୋକମତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଯାଇଛି ବୋଲି ଫଳାଫଳରୁ ସୂଚନା ମିଳୁଛି ।

ବିଜେଡିର ଗଡ ଭାବେ ମାନ୍ୟତା ପାଇଥିବା ଯାଜପୁର ଜିଲ୍ଲା, ପୁଣି ଥରେ ୭ଟି ବିଧାନସଭା ଆସନରେ ବିଜେଡିର ସମସ୍ତ ପ୍ରାର୍ଥୀ ନିର୍ବାଚିତ ହୋଇ ଗଡକୁ ସୁଦୃଢ କରିଛନ୍ତି | ଯାଜପୁର ଲୋକସଭା ଆସନ ଏବଂ ୭ଟି ବିଧାନସଭା ଆସନରେ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ ନବୀନ ବାବୁଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି ବିଜେଡି ପ୍ରାର୍ଥୀ । ଆମର ହସ୍ତଗତ ହୋଇଥିବା ଫଳାଫଳ ଅନୁସାରେ ଦେଖନ୍ତୁ ଏହି ରିପୋର୍ଟ |
ବିଂଝାରପୁର
ବିଜେଡି : ପ୍ରମିଳା ମଲ୍ଲିକ-୭୮,୨୫୫
ବିଜେପି : ବବିତା ମଲିକ- ୫୭,୧୯୭

ବରୀ
ବିଜେଡି : ସୁନନ୍ଦା ଦାସ- ୭୨,୩୧୦
ବିଜେପି : ବିଶ୍ୱରଂଜନ ମଲିକ-୬୭,୯୪୮

ବଡଚଣା
ବିଜେଡି : ଅମର ପ୍ରସାଦ ଶତପଥୀ,୬୪,୦୮୪(ବିଜୟୀ)
ବିଜେପି : ଅମର କୁମାର ନାୟକ -୬୨,୫୯୯
କଂଗ୍ରେସ : ଅଜୟ ସାମଲ- ୯,୩୨୨

ଧର୍ମଶାଳା
ବିଜେଡି: ପ୍ରଣବ ବଳବନ୍ତରାୟ – ୧,୦୦୮୫୬(ବିଜୟୀ)
ବିଜେପି : ରମେଶ ପରିଡା- ୪୮,୩୧୨
କଂଗ୍ରେସ :ସ୍ମୃତିରେଖା ପହି -୧୮,୫୩୧

ଯାଜପୁର
ବିଜେଡି : ପ୍ରଣବ ପ୍ରକାଶ ଦାସ- ୮୧,୨୨୨
ବିଜେପି : ଗୌତମ ରାୟ-୪୩,୯୪୫

କୋରେଇ
ବିଜେଡି : ଅଶୋକ ବଳ- ୭୩,୦୯୦
ବିଜେପି : ବିଶ୍ୱଜିତ ନାୟକ- ୪୨,୨୬୨
କଂଗ୍ରେସ : ବନ୍ଦିତା ପରିଡା-୨୮,୬୮୫

ସୁକିନ୍ଦା
ବିଜେଡି :ପ୍ରୀତିରଂଜନ ଘଡେଇ -୭୬,୩୯୮ (ବିଜୟୀ)
ବିଜେପି : ପ୍ରଦୀପ ବଳସାମନ୍ତ -୫୯,୮୪୪
କଂଗ୍ରେସ : ଶରତ ରାଉତ-୧୮,୪୪୪

ବିଝାଂରପୁର ବିଧାନସଭାରୁ ବିଜେଡି ପ୍ରାର୍ଥୀ- ପ୍ରମିଳା ମଲ୍ଲିକ ବିଜୟ ହାସଲ କରିଥିବା ବେଳେ ଯାଜପୁର ବିଧାନସଭାରୁ ବିଜେଡି ପ୍ରାର୍ଥୀ-ପ୍ରଣବ ପ୍ରକାଶ ଦାସ(ବବି), କୋରାଇ ବିଧାନସଭାରୁ ବିଜେଡି ପ୍ରାର୍ଥୀ-ଅଶୋକ ବଳ, ସୁକିନ୍ଦା ବିଧାନସଭାରୁ ବିଜେଡି ପ୍ରାର୍ଥୀ- ଇଂ ପ୍ରିତିରଞନ ଘଡାଇ(ଡ୍ୟାନି) ଧର୍ମଶଳା ବିଧାନସଭାରୁ ବିଜେଡି ପ୍ରାର୍ଥୀ-ପ୍ରଣବ ବଳବନ୍ତ ରାୟ, ବଡଚଣା ବିଧାନସଭାରୁ ବିଜେଡି ପ୍ରାର୍ଥୀ-ଅମର ଶତପଥୀ ଓ ବରୀ ବିଧାନସଭାରୁ ବିଜେଡି ପ୍ରାର୍ଥୀ-ସୁନନ୍ଦା ଦାସ ଓ ଲୋକସଭା ଆସନରୁ ସରମିଷ୍ଟା ସେଠୀ ବିଜୟୀ ହୋଇଥିବା ଜଣାପଡିଛି |

Comments are closed.