Related Contents

ମହିଳାଙ୍କୁ ହତ୍ୟା କରିଥିବା ଅଭଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଏମ୍ ଭି ୭୯, କାଲିମେଳା(ବୁଦ୍ଧଦେବ ମଣ୍ଡଳ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୯ର ଜଳସେଚନ କଲୋନୀ ପାର୍ଶ୍ୱରେ ଚିନାମୀ କାରାମିଙ୍କ ହତ୍ୟା କରିଥିବା ଅଭିଯୁକ୍ତକୁ ଏମ୍ ଭି ୭୯ ପୋଲିସ କୋର୍ଟ ଚାଲାଣ କରିଛି ।

ଏମ୍ ଭି ୭୯ଥାନା ଆଇଆଇସି ତଥା ଉକ୍ତ କେସର ଆଇ.ଓ ଶ୍ରୀମତି ମମତା ପାଣିଗ୍ରାହୀ ସୂଚନା ଦେଇଥିଲେ ଯେ ମୃତ ଚିନାମୀ କାରାମି ପ୍ରାୟ ସମୟ ଘରେ ଏକା ରହୁଥିବା ବେଳେ ଏମ୍ ପିଭି ୪୪ଗ୍ରାମର ପରିମଲ ବିଶ୍ୱାସ ସହିତ ଶାରୀରିକ ସମ୍ପର୍କ ଗଢିଉଠିଥିଲା । ଉଭୟ ପ୍ରତିଦିନ ରାତ୍ରରେ ମଦ ପିଇବା ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥାନ୍ତି । ସେହିପରି ୭ତାରିଖରେ ମଧ୍ୟ ପରିମଲ ଚିନାମୀର ଘରେ ଆସି ମଦ ପିଇ ଶୋଇ ପଡିଥିଲା ଓ ମଧ୍ୟ ରାତ୍ରରେ ଉଠି ଚିନାମୀକୁ ମଦ ମାଗିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଚିନାମୀ ପରିମଲକୁ ଚାପୁଡ଼ା ମାରିଥିଲା |

ଏହା ସହ୍ୟ ନ କରିପାରି ମଦ ନିଶାରେ ପରିମଲ, ପାଖରେ ଥୁଆ ଯାଇଥିବା ଦାଆରେ ଚିନାମୀର ଗଳାକୁ ଚୋଟ ମାରିଥିଲା | ଚିନାମୀ ରକ୍ତାତ ଅବସ୍ଥାରେ ତଳେ ପଡିଯାଇଥିଲା । ପରିମଲ ସେହି ରାତିରେ ନିଜ ଘର ଏମ୍ ପି ଭି ୪୪ପଳେଇ ଯାଇଥିଲା ଏବଂ ସକାଳୁ ଚିନାମୀର ପଡିସା ଘର ଗାଙ୍ଗୀଙ୍କୁ ଫୋନ କରି ଚିନାମୀର ହାଲଚାଲ ପଚାରି ଥିଲା । ପୋଲିସ ଏହି ଫୋନ କରିଥିବାକୁ ସନ୍ଦେହ କରି ପରିମଲକୁ ପଚରା ଉଚରା କରିବାରୁ ପରିମଲ ଦୋଷ ସ୍ୱୀକାର କରିଥିବା ଆଇଆଇସି ମମତା କହିଛନ୍ତି । ଅଭିଯୁକ୍ତ ପରିମଲକୁ ମାତ୍ର ୧୫ ଦିନ ସମୟରେ ପୋଲିସ କୋର୍ଟ ଚାଲାଣ କରିଥିବାରୁ ସ୍ଥାନୀୟ ଅଂଚଳ ବାସୀ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Comments are closed.