ଇଣ୍ଡିଆନ ଅଏଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0
200
ଇଣ୍ଡିଆନ ଅଏଲ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୦/୬) : ବୋରିଗୁମ୍ମା ନିକଟସ୍ଥ ବଣ୍ଡାଗୁଡା ସ୍ଥିତ ପ୍ରଶାନ୍ତି ଫିଲିଂ ଷ୍ଟେସନରେ ଇଣ୍ଡିଆନ ଅଏଲ ର ସ୍ୱାଗତ ଦିବସ ଉପଲକ୍ଷେ ଆଜି ଏକ ସ୍ୱାଗତ ଦିବସ ପାଳିତ ହୋଇଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ ତରଫରୁ ପ୍ରତ୍ୟେକ ଗାଡି ଚାଳକ, ହେଲପର ତଥା କିଛି ଗ୍ରାମବାସୀ ଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରିଥିବା ଜଣାପଡିଛି । ଏହି ଶିବିରରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ହର ପ୍ରସାଦ ପାଣିଗ୍ରାହୀ ରୋଗୀ ମାନଙ୍କ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି । ତାଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀ ଗୋଲକ ବିହାରୀ ଚୌଧୁରୀ ସହଯୋଗ କରିଥିବା ଜଣାପଡିଛି ।

ଏହି ଅବସରରେ ସେଲ୍ସ୍ ମ୍ୟାନେଜର ବିଜୟ କୁମାର, ପ୍ରଶାନ୍ତି ଫିଲିଂ ଷ୍ଟେସନ ର ମାଲିକ ରଙ୍ଗନାଥ ମିଶ୍ର ଓ କିଛି କର୍ମଚାରୀ ଉପସ୍ଥିତ ରହି କେକ୍ କାଟି ଉତ୍ସବ ପାଳନ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ପେଟ୍ରୋଲ ପମ୍ପ ର ମ୍ୟାନେଜର ଭୀଷ୍ମ ପୂଜାରୀ ଓ ଜନକ ଶର୍ମା ପରିଚାଳନା କରିଥିବା ଜଣାପଡିଛି ।