Thursday, March 28, 2024

Top 5 This Week

Related Posts

ତିନି ମାସ ଫି ସହ ଏକ ମାସ ଜୋରିମାନା ଆଦାୟକୁ ନେଇ ଶିକ୍ଷା ନିର୍ଦ୍ଦେଶକଙ୍କ କଡା ନିର୍ଦ୍ଦେଶ

ରିପୋର୍ଟ : ସୁବାଶିଷ ନାୟକ
ଭୁବନେଶ୍ୱର, ତା(୧୦/୦୬) : ତିନି ମାସ ଫି ସହ ଏକ ମାସ ଜୋରିମାନା ଆଦାୟକୁ ନେଇ ଶିକ୍ଷା ନିର୍ଦ୍ଦେଶକଙ୍କ କଡା ନିର୍ଦ୍ଦେଶ l କରୋନା ମହାମାରୀ ସମୟରେ ଗୁରୁତର ଆର୍ଥିକ ସମସ୍ୟା ର ଉପଲବ୍ଧି କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରିପ୍ରେକ୍ଷୀରେ ଶିକ୍ଷା ବିଭାଗ ସ୍କୁଲ ଫିସରେ ରିହାତି ଦେଇ ଆଦାୟ କରିବା ଏବଂ ଅଭିଭାବକ ମାନଙ୍କୁ ସମୟ ଅବଧି ପ୍ରଦାନ କରି ଫି ଆଦାୟ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ lWhatsApp Image 2022 06 10 at 6.57.11 PM ତିନି ମାସ ଫି ସହ ଏକ ମାସ ଜୋରିମାନା ଆଦାୟକୁ ନେଇ ଶିକ୍ଷା ନିର୍ଦ୍ଦେଶକଙ୍କ କଡା ନିର୍ଦ୍ଦେଶ

ହେଲେ ଭୁବନେଶ୍ୱରର ବିଜେଇଏମ ସ୍କୁଲ, ଓଡିଏମ ସ୍କୁଲ ସମେତ କେତେକ ସ୍କୁଲ ଫି ରିହାତି ପ୍ରଦାନ ନ କରିବା ସହ ପିଲାଙ୍କୁ ଅନଲାଇନ କ୍ଲାସ ଓ ପରୀକ୍ଷାରୁ ବଞ୍ଚିତ କରି ଅଭିଭାବକ ମାନଙ୍କୁ ମାନସିକ ଯନ୍ତ୍ରଣା ଦେଇ ଫି ନଦେଲେ ଏକ ମାସ ଓ ଦିନିକିଆ ଜୋରିମାନା ଆଦାୟ କଲେ l ଆହୁରି ଅସମ୍ବେଦନଶୀଳ ଭାବରେ ଶୋଷଣ କରି ଯେଉଁ ଅଭିଭାବକ ମାନେ କରୋନା ଆର୍ଥିକ ସମସ୍ୟା ପାଇଁ ଫି ଦେଇପାରି ନ ଥିଲେ ସେମାନଙ୍କ ଠାରୁ ତିନି ମାସ ଫି ସହ ଏକ ମାସ ର ଦରମା ଜୋରିମାନା ଆକାରରେ ବଜେଇଇମ ସ୍କୁଲ ଆଦାୟ କଲା l ଓଡିଏମ ସ୍କୁଲ ଦିନ ଆକାରରେ ଯେତେଦିନ ପର୍ଯ୍ୟନ୍ତ ଦେଇପାରି ନଥିଲେ ଜୋରିମାନା ଆଦାୟ କଲେ l

ଏହା କୁ ବାରମ୍ବାର ବିରୋଧ କଲେ ମଧ୍ୟ କୌଣସି କାଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିଲା l ଏହାକୁ ନେଇ ଓଡିଶା ଅଭିଭାବକ ମହାସଂଘ ଓ ବିଜେଇମ ଅଭିଭାବକ ସଙ୍ଘ ଲିଖିତ ଅଭିଯୋଗ କରିଥିଲେ, ଏହାକୁ ଶୁଣାଣି କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ବିଜେଇଏମ କୁ ଜୋରିମାନା ନେବାକୁ ବେଆଇନ କହିବା ସହ ସ୍କୁଲ ଫି ରେ ଆଡ଼ଜଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଏହାକୁ ଓଡିଶା ଅଭିଭାବକ ମହାସଂଘ ଓ ସ୍କୁଲ ଅଭିଭାବକ ସଂଘ ସ୍ୱାଗତ କରିଛି l

ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ବିଜେଇଏମ ସ୍କୁଲ ସଙ୍ଘ ର ସଭାପତି ଓ ମହାସଂଘ ଉପାଧକ୍ଷ ରଞ୍ଜନ ଦାସ ଓ ଆଶୁ ରଞ୍ଜନ ମହାନ୍ତି ଏହାକୁ ସ୍ୱାଗତ କରିବା ସହ ଯେଉଁ ଅଭିଭାବକ ସ୍କୁଲ ଛାଡ଼ି ପଳେଇଛନ୍ତି ସେମାନଙ୍କୁ ଫାଇନ ଫେରେଇବାକୁ ଆଉ ଏକ ନିର୍ଦ୍ଦେଶ ଦେବାପାଇଁ ଦାବି କରିଛନ୍ତି l

ଯେହେତୁ ସରକାରୀ ନିୟମ ଉଲଂଘନ କରିଥିବା ପ୍ରମାଣ ମିଳିଲା, ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଯଥା ସ୍ୱୀକୃତି ଓ ଅନୁମତି ପ୍ରତ୍ୟାହାର ସହ ପାଞ୍ଚ ଲକ୍ଷ୍ୟ ରୁ ଦଶ ଲକ୍ଷ୍ୟ ଟଙ୍କା ଫାଇନ କରି ଏକ ଉଦାହରଣ ସୃଷ୍ଟି କରିବାକୁ ଶ୍ରୀ ବାସୁଦେବ ଭଟ୍ଟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଙ୍କୁ ଦାବି କରିଛନ୍ତି l ଏଥି ସହ ଓଡିମ ସ୍କୁଲ ବିରୁଦ୍ଧରେ ସମାନ ନିର୍ଦ୍ଦେଶ ଦେବାସହ ଓଡ଼ିଶାରେ ଅନ୍ୟ ସ୍କୁଲ ଯଦି ଏପରି ଜୋରିମାନା ଆଦାୟ କରିଥିବେ ତା ହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ଦାବି କରିଛନ୍ତି l

Popular Articles