ବିଦ୍ୟୁତ୍ ଦେୟ ଅଧିକା ହେବା ଦ୍ୱାରା ଖାଉଟି ହନ୍ତସନ୍ତ

0
145
ବିଦ୍ୟୁତ୍

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୦୬) : ଓଡ଼ିଶାରେ ସମସ୍ତ ଉତ୍ସ ରହିଛି । ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ଏଠି ବିଦ୍ୟୁତ୍ ଦେୟ ସବୁ ରାଜ୍ୟ ଠାରୁ ଅଧିକ ହେବାରୁ ଖାଉଟି ହନ୍ତସନ୍ତ ହେବାର ଅଭିଯୋଗ ହୋଇଛି ।

ଓଡ଼ିଶାରେ ବିଦ୍ୟୁତ୍ ବୋର୍ଡ ଥିଲା । କୁଶଳୀ କାରିଗର ମଧ୍ୟ ଥିଲେ । ଲୋକେ ଭଲ ଭାବେ ନିରନ୍ତର ସେବା ପାଉଥିଲେ । ଗୋଟିଏ ପରେ ଗୋଟିଏ ସଂସ୍ଥା ଋଗ୍ନ ଅବସ୍ଥାରେ । ପରିବହନ ସଂସ୍ଥା, ବିଦ୍ୟୁତ ବୋର୍ଡ ଓ ଟି ଏମ୍ ଆହୁରି ଅନେକ ସଂସ୍ଥା ଲୋପ ପାଉଛି । ଓଡ଼ିଶା ସରକାର ଉତ୍ପାଦନକାରୀ ଭିତ୍ତିଭୂମି ତିଆରି କରି ବିଭିନ୍ନ ଘରୋଇ ସଂସ୍ଥାକୁ ଶାଗ ମାଛ ଦରରେ ବିକ୍ରି କରି ସାଧାରଣ ଖାଉଟି କୁ ହରଡ ଘନାରେ ପକାଇଛନ୍ତି ।

କିରୋସିନି, ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ଲୋକ ପାଇଁ । ସରକାର ଥିଲେ ସୁଦ୍ଧା ଲୋକଙ୍କ କଥା ବୁଝି ପାରୁ ନାହାଁନ୍ତି । ପ୍ରଜା ମଙ୍ଗଳ ପାଇଁ ଗଣତନ୍ତ୍ରରେ ଏହି ବ୍ୟବସ୍ଥା ରହିଛି ବୋଲି ବିଶିଷ୍ଟ କବି ଶ୍ରୀ ପ୍ରଶାନ୍ତ ମିଶ୍ର ଦାବୀ କରିଛନ୍ତି ।