Related Contents

ଟ୍ରେନରୁ ଖସିପଡି ବିଏସଏଫ ଯବାନଙ୍କ ମୃତ୍ୟୁ

ଲୋଇସିଂହା(ବିମଳେନ୍ଦୁ ସାହୁ): କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଟ୍ରେନରୁ ଖସିପଡି ଜନୈକ ବିଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ସୂଚନା ମତେ ଲୋଇସିଂହା ନୂଆପଡା ବାସିନ୍ଦା ରବୀନ୍ଦ୍ର ଜୁଏଡ଼ (୪୨) ଗତ ରବିବାର ସମଲେଶ୍ବରୀ ଏକ୍ସପ୍ରେସରେ ନିଜ କାର୍ଯ୍ୟକ୍ଷେତ୍ର ପଶ୍ଚିମବଙ୍ଗର ହାଓଡ଼ା କୁ ଯାଉଥିଲେ । ତେବେ ସମ୍ବଲପୁରରୁ ଝାରସୁଗୁଡା ମଧ୍ୟରେ ସେ ଟ୍ରେନରୁ ତଳେ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଆଜି ତାଙ୍କ ମୃତଦେହ ଲୋଇସିଂହା ସ୍ଥିତ ବାସଭବନରେ ପହଂଚିବା ପରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଙ୍କର ଦୁଇ ଜଣ ସନ୍ତାନ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।

Comments are closed.