Related Contents

ଯାଜପୁରରେ ବିରଳ ମାଙ୍କଡକୁ ଧରିବାକୁ ଯାଇ ବନ ବିଭାଗ କର୍ମଚାରୀ ନାକେଦମ୍

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ରାଜ୍ୟ ବାହାରର ଏକ ମାଙ୍କଡକୁ ଦେଖିବାକୁ ମିଳିଥିଲା । ଆଜି ଏହି ମାଙ୍କଡଟି ଚଣ୍ଡିଖୋଲ ବଜାରରେ ବୁଲୁଥିବା ସମୟରେ ଏହାକୁ କାବୁ କରିଛି ବନ ବିଭାଗ ।

ତେବେ ଏହି ବିରଳ ପ୍ରଜାତିର ମାଙ୍କଡଟିକୁ ଦେଖିବାକୁ ଲାଗିଥିଲା ଲମ୍ବା ଲାଇନ ଓ ପ୍ରବଳ ଭିଡ ଲାଗିବା ସହ କାବୁ କରିବା ପାଇଁ ବନ ବିଭାଗର କର୍ମଚାରୀ ନାକେଦମ ହୋଇଥିଲେ । ଶେଷରେ ଏକ ଜାଲ ବିଛାଯାଇ ମାଙ୍କଡଟିକୁ କାବୁ କରିବାରେ ସଫଳ ହେଲା ବନ ବିଭାଗ । ତେବେ ଏହି ମାଙ୍କଡଟି ଅନ୍ୟ ରାଜ୍ୟରୁ ଏଠାକୁ ଚାଲି ଆସିଥିବାବେଳେ ଏହା ତାମିଲନାଡୁ ରାଜ୍ୟର ଏବଂ ଏହି ପ୍ରଜାତିର ମାଙ୍କଡକୁ ବନେଟ ମାକ୍ୟୁ କୁହାଯାଏ ବୋଲି ଚଣ୍ଡିଖୋଲ ଫରେଷ୍ଟର ଶଶିକାନ୍ତ ବେହେରା ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି |

Comments are closed.