ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ବିର୍ସାମୁଣ୍ଡାଙ୍କ ୧୨୨ ତମ ସହିତ ଦିବସ ପାଳିତ

0
178
ଆଦିବାସୀ ସଂଘର୍ଷ ମୋର୍ଚ୍ଚା

ରିପୋର୍ଟ : ବିରଞ୍ଚି ପ୍ରସାଦ
ଗୁଣପୁର, (୧୦/୦୬) : ଆଜି ତା ୯/୬/୨୦୨୨ ରିଖ ଗୁରୁବାର ଦିନ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ୧୨୨ ତମ ସହିଦ ଦିବସ ପାଳନ କରାଯାଇଥିଲା ।

ଏହି ଅବସରରେ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରୁ ଶହଶହ ପୁରୁଷ ଓ ମହିଳା ଆଦିବାସୀ ମାନେ ପାରମ୍ପାରିକ ବେଶଭୂଷା ପରିଧାନ କରି ନାଚ ଗୀତ ସହ ଓଡ଼ିଶା ସରକାର ଓ କେନ୍ଦ୍ର ସରକାର, ଆଦିବାସୀ ମାନଙ୍କ ଉପରେ ଯେଉଁ କଡା ଆଇନ ପ୍ରଣୟନ କରିଛନ୍ତି ତା’ର ପ୍ରତିବାଦରେ ଗୁଣପୁର ତହସିଲ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା ର ଆୟୋଜନ କରାଯାଇଥିଲା । ଏହି ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୦ ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ରହିଛି, ସଉରା ଭାଷା ଓ ସଂସ୍କୃତିକୁ ସାମ୍ବିଧାନିକ ଅଧିକାର ସହ ସଂରକ୍ଷଣ ଅଧିକାର, ଗୁଣପୁର ଉପଖଣ୍ଡରେ ଏମ୍ ଜି ଏନ୍ ଆର ଜି ଏ କାମରେ ଜେସିଵି ଦ୍ଵାରା କାମ ଵନ୍ଦ କରି ଲୋକଙ୍କ ଦ୍ଵାରା କରାଇବା ସହ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ, ପ୍ରତ୍ୟେକ ଗରିବଙ୍କୁ ଜଵ କାର୍ଡ ପ୍ରଦାନ ସହ ରାସନ କାର୍ଡରେ ୫୦ କିଲୋ ଚାଉଳ ପ୍ରଦାନ, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ମାନଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ, ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କା କରାଯାଉ, ଗୁଣପୁର ପୌର ପରିଷଦରେ ରହୁଥିବା ଆଦିବାସୀମାନଙ୍କୁ ଘରଡିହ ପଟ୍ଟା ଦିଆଯାଉ, ଚାଷି ମାନଙ୍କ ଜଳସେଚନ ପାଇଁ ପାଣି ଡଙ୍ଗର ପ୍ରକଳ୍ପ ଯଥା ଶୀଘ୍ର ପ୍ରତିଷ୍ଠା କରାଯାଉ, ଗୁଣପୁର ରୁ ଥେରୁବାଲି ପର୍ଯ୍ୟନ୍ତ ରେଳରାସ୍ତା ଶୀଘ୍ର ସଂଯୋଗୀକରଣ କରାଯାଉ ।

ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ସହିତ ଦିବସ ପାଳନ ଅବସରରେ ଶ୍ରୀ ତ୍ରୀପତି ଗମାଙ୍ଗ (ଓଡିଶା ଆଦିବାସୀ ସଂଘର୍ଷ ମୋର୍ଚ୍ଚା) ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନାସିମ ଶଵର, କୈଳାସ ଶଵର, ରାଇନା ଶଵର, ସଞ୍ଜୟ ଶବର, ରାଜେନ୍ଦ୍ର ମାଝୀ, ସାଇମନ ଵିଡିକା ପ୍ରମୁଖ ସହଯୋଗ କରିଥିଲେ । ତେଵେ ସହିଦ ଵିର୍ସାମୁଣ୍ଡାଙ୍କ ଏହି ପୂଣ୍ୟତିଥିରେ ସରକାରଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର କେତେ ଦୂର କାର୍ଯ୍ୟକାରୀ ହେଉଛି ଦେଖିବାକୁ ବାକି ରହିଲା ।