ରାୟଗଡ଼ ସି ଡି ଏମ ଓ ଙ୍କ ଅକାଳ ବିୟୋଗ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ସି. ଡି. ଏମ. ଓ ଡଃ. ଶିବ ପ୍ରଶାଦ ପାଢିଙ୍କ ଗତକାଲି ବିୟୋଗ ହୋଇଯାଇଛି । ସେ କିଛିବର୍ଷ ଧରି କର୍କଟ ରୋଗରେ ପିଡିତ ଥିଲେ । ଗତ ୧୩ ତାରିଖରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା ।

୧୭ ତାରିଖରେ ତାଙ୍କୁ ହୃଦଘାତ ହବାପରେ ସେ ଗୁରୁତର ହୋଇ ପଡିଥିଲେ । ସେହିଦିନ ଠାରୁ କୋମା ଅବସ୍ଥାରେ ଚିକିତ୍ସାଧିନ ରହିଥିଲେ । ଗତକାଲି ଦିନ ଗୋଟାଏ ବେଳେ ସେ ବାଙ୍ଗାଲୋର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ସ୍ତ୍ରୀ ପୁଅ ଓ ଝିଅ ଉପସ୍ଥିତ ରହିଥିଲେ । ଗତ ଫନି ସମୟରେ ସେ ଛୁଟିରେ ବାଙ୍ଗାଲୋର ଯାଇଥଲେ ଏହି ସମୟରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା | ପାଢ଼ୀ ତାଙ୍କର ଡାକ୍ତରୀ ଜୀବନ ରାୟଗଡା ଜ଼ିଲ୍ଲାରେ ବହୁ ସମୟ ବିତାଇଛନ୍ତି | ରାୟଗଡା ଜ଼ିଲ୍ଲାର ଡ଼େରିଗାଁ ଠାରେ ଡାକ୍ତରୀ ଜୀବନ ଆରମ୍ଭ କରିଥିଲେ | ପରେ ସେ ରାୟଗଡା ଜ଼ିଲ୍ଲାର ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ ମେଡିକାଲ ଅଧିକାରୀ ରୂପେ କାର୍ଯ୍ୟ କରିଥିଲେ | ପଦୋନ୍ନତି ପାଇ ଅନଗୁଳ ଜ଼ିଲ୍ଲାର ସି ଡି ଏମ ଓ ରୂପେ ଯୋଗ ଦେଇଥିଲେ | ପରବର୍ତୀ ସମୟରେ ବାଦବିବାଦ ଘେରମଧ୍ୟରେ ରାୟଗଡା ଜ଼ିଲ୍ଲା କୁ ବଦଳି ହୋଇ ଆସିଥିଲେ | ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଜନସାଧାରଣ |

Comments are closed.