Related Contents

ଲମତାପୁଟରେ କାଳବୈଶାଖୀରେ ଜଣେ ଆହତ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ସଦର ଠାରେ ସନ୍ଧ୍ୟା ସମୟରେ ଅନାଚକ ଏକ କାଳବୈଶାଖୀ ଆସି ଲମତାପୁଟ ଠାରେ ତାଣ୍ଡବଲୀଳା ରଚିଥିଲା ।

ଏହି କାଳବୈଶାଖୀରେ ପାଖରେ ଥିବା ଏକ ଗଛ ହୋଟେଲ ଘର ଉପରେ ପଡିଯିବାରୁ ଦୋକାନ ମାଲିକ ପ୍ରଭାକର ନାହକ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଯୁବକ କିଛି ସଦର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ସେମିତି ଲମତାପୁଟ ଫାଣ୍ଡି ଅଧିକାରୀ ଶିବପ୍ରସାଦ ଷଡ଼ଙ୍ଗୀ ମଧ୍ୟ ଅଳ୍ପକେ ବର୍ତ୍ତିଛନ୍ତି ତାଙ୍କ ସରକାରୀ ବାସଭବନ ନିକଟରେ ଥିବା ଏକ ଗଛ ହଠାତ୍ ପଡ଼ି ଯାଇଥିଲା । ଏହି କାଳବୈଶାଖୀ ପ୍ରାୟ କୋଡିଏ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଅନେକ ଗଛ ଉପୁଡ଼ି ପଡ଼ିଛି ଓ କେତେକ ଘରର ଟିଣ ଉଡିଯାଇଛି |

Comments are closed.