Related Contents

ବୋଲେରୋ ଓ କମାଣ୍ଡର ଗାଡି ମୁହାଁମୁହିଁ,ଦୁଇ ଜଣ ମହିଳା ଗୁରୁତର

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅନ୍ତର୍ଗତ ରାଣିତୋଟା ନିକଟରେ ଏକ ବୋଲେରୋ ଗାଡ଼ି ଓ କମାଣ୍ଡର ଗାଡି ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ମହିଳା ଗୁରୁତର ଆହତ ‌ହୋଇଛନ୍ତି ।

ଘଟଣାକ୍ରମେ କାକିରିଗୁମାରୁ ଏକ ବୋଲେରୋ ଗାଡ଼ି ଓଡି୧୦ସି ୪୬୯୯ ରେ ସ୍ଵାମୀ ଓ ସ୍ତ୍ରୀ ଜଲାପୁଟ ସମ୍ପର୍କିୟଙ୍କ ଘରକୁ ଭୋଜି ଖାଇ ଯାଉଥିବା ସମୟରେ ଆନ୍ଧ୍ର ପ୍ରଦେଶର ପେଦାବାଇଲ୍ ଅଞ୍ଚଳରୁ ଏକ ଯାତ୍ରି ବାହି କମାଣ୍ଡର ଏପି ୩୧ଏଆର୍ ୪୯୮୨ ନଂ ଗାଡି ୨୩ ଜଣ ଯାତ୍ରୀ ନେଇ ବୈପାରିଗୁଡା ବିରଖମ୍ବ ମନ୍ଦିରକୁ ଯାଉଥିବା ସମୟରେ ରାଣିତୋଟା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । କମାଣ୍ଡର ଗାଡି ଏତେ ଯୋରରେ ଧକ୍କା ଦେଇଥିଲା ଯେ ଫଳରେ ବୋଲେରୋ ଗାଡ଼ି ଓଲଟି ପଡିଥିଲା । ଫଳରେ ବୋଲେରୋରେ ବସି ଥିବା ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ସ୍ଥାନୀୟ କିଛି ଯୁବକଙ୍କ ସହାୟତା ରେ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ଜୟପୁର ମେଡିକାଲକୁ ପଠାଯାଇଥିଲା ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା | ଏହି ଦୁର୍ଘଟଣାରେ କମାଣ୍ଡର ଗାଡି ଜଣେ ମହିଳା ବି ଆହତ ‌ହୋଇଛନ୍ତି । ଘଟଣାସ୍ଥଳରେ ରାଣିତୋଟା ପୋଲିସ ଏଏସ୍ଆଇ ନିଳ ମହାନ୍ତି ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି |

Comments are closed.