Related Contents

ସୋସିଆଲ ମେଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତ ଭାଇରଲ ପରେ ବିବାହ ଭାଙ୍ଗିଲା, ଥାନାରେ ଏତଲା

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ଥାନା ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର କୁସପାର ଗ୍ରାମର ଜୈନେକ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ସୋସିଆଲ ମିଡିଆରେ ଭାଇରଲ ପରେ ବିବାହ ପ୍ରସ୍ତାବ କଟିଥିବା ଘଟଣା ଏବେ ସାମ୍ନାକୁ ଆସିଛି |

ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ବୈପାରୀଗୁଡା ଥାନାରେ ଏତଲା ଦେଲେ ଜୈନେକ ଯୁବତୀ | ପ୍ରାପ୍ତ ସୂଚନା ଅନୁଯାୟୀ ଗତ କିଛି ମାସ ପୂର୍ବେ ଜୈନେକ ଯୁବତୀଙ୍କୁ ଦୀପକ ସୁଯୋଗ ନେଇ ନିଶା ଦେଇ କିଛି ଅନ୍ତରଙ୍ଗ ଫଟୋ ନିଜର ମୋବାଇଲରେ ଉଠେଇଥିଲେ | ପରେ ଦୀପକ ସହି ଫଟୋକୁ ନେଇ ସୋସିଆଲ ମିଡିଆରେ ଭାଇରଲ କରିବି କହି ଡରାଉ ଥିଲେ ଯୁବତୀଙ୍କୁ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ୪୦୦୦ଟଙ୍କା ମଧ୍ୟ ଟାଣି ନେଇଥିଲେ ବୋଲି ଏତଲାରେ ଉଲ୍ଲେଖ ଅଛି | ଏହି ଘଟଣାକୁ ନେଇ ଯୁବତୀର ବିବାହ ପ୍ରସ୍ତାବ କଟିଯାଇଥିବା ଜଣାପଡିଛି | ଅଭିଯୁକ୍ତ ଦୀପକ ଛେଣ୍ଡିଆଙ୍କୁ ଅତି ଶୀଘ୍ର ଗିରଫ କରାଯାଇ ହାଜତକୁ ପଠାଯିବ ବୋଲି ବୈପାରୀଗୁଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି |

Comments are closed.