Related Contents

ଆମ୍ବ ତୋଳିବା ହେଲା କାଳ, ବିଦ୍ୟୁତ ସଂସ୍ବର୍ଶରେ ସ୍ୱାମୀ ସ୍ତ୍ରୀ ମୃତ

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବନ୍ଧଗଡ଼ ନିକଟ ସାଦୁର ମୁଣ୍ଡା ଠାରେ ଆମ୍ବ ତୋଳିବା ସମୟରେ ୧୧କେଭି ବିଦ୍ୟୁତ ସଂସ୍ୱର୍ଶ୍ଵରେ ଆସି ମହିଳା ଜଣକ ତୋଳୁ ଥିବା ବାଉଁଶରେ ବିଦ୍ୟୁତ କରେଣ୍ଟରେ ଲାଗି ରହିଥିଲା |

ଘଟଣା ସ୍ଥଳରେ ଥିବା ସ୍ୱାମୀ ଉଦ୍ଧାର ପାଇଁ ଯାଇଥିଲେ | କିନ୍ତୁ ସେ ମଧ୍ୟ ସେଠାରେ କରେଣ୍ଟରେ ଲାଗି ଯାଇଥିଲେ | ଏବଂ ଉଭୟ ସ୍ୱାମୀ ସ୍ତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା | ଏହି ଅଭାବନିୟ ଘଟଣାରେ ମୃତକ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଦଗଡ ଗ୍ରାମର ଦଶରଥ ଭୁକ୍ତା ଓ ସ୍ତ୍ରୀ ସରୋଜିନୀ ଭୁକ୍ତା | ୧୧କେଭି ଲାଇନରେ ଆମ୍ବ ତୋଳୁଥିବା ବେଳେ ଲାଠି ଖସି ମୃତ୍ୟୁ ବରଣ କଲେ ।

Comments are closed.