Advertisements
Monday, July 13, 2020
Home Government News ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଗାଈ ସମେତ ବଳଦ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଗାଈ ସମେତ ବଳଦ ମୃତ

ବୋଡେ଼ନ(ଓଡିଶା ନ୍ୟୁଜ୨୪): ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅଧୀନରେ ଥିବା କରଙ୍ଗାମାଲ ଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ଗାଈ ସମେତ ଗୋଟିଏ ବଳଦର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ସିନାପାଲି, ବାବେବିର୍ ଦେଇ କରଙ୍ଗାମାଲ ଆସିଥିବା ୩୩କେଭି ତାର ତଳକୁ ଓହଳି ରହିଥିଲା | ଏନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ମରାମତି ପାଇଁ ବାରମ୍ବାର ଜଣାଇଥିଲେ କିନ୍ତୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ମରାମତି ପାଇଁ କୌଣସି ପଦକ୍ଷେପ ନଆଯାଇ ନ ଥିଲା । ଗତ ଗୁରୁବାର ଦିନ କାଳବୈଶାଖୀ ବର୍ଷା ସହ ଝଡ ତୋଫାନ ହେବା ଦ୍ୱାରା ବିଦ୍ୟୁତ୍ ଖୁଣ୍ଟରୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଛିଣ୍ଡି ତଳେ ପଡ଼ିଥିଲା । ଶନିବାର ସକାଳୁ ସକାଳୁ ସୁବାସ ଚନ୍ଦ୍ର ପଣ୍ଡାଙ୍କ ବଳଦ ଚରିବାକୁ ଯାଇଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ସେହିପରି ଅମର ସିଂ ବାଗ, ଲୋକନାଥ ପଣ୍ଡା ଓ ମଙ୍ଗଳମୟ ପଣ୍ଡାଙ୍କ ଆସନ୍ନ ପ୍ରସବା ଥିବା ୩ଟି ଗାଈ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ପ୍ରକାଶ ଯେ ବିଦ୍ୟୁତ୍ ବିଭାଗ ଦୀର୍ଘ ୩୫ବର୍ଷର ପୁରୁଣା ବିଦ୍ୟୁତ୍ ତାରକୁ ବଦଳାଯାଇ ନ ଥିବାବେଳେ ବିଭିନ୍ନ ସମୟରେ ବିଦ୍ୟୁତ୍ ତାର ଛିଣ୍ଡି ବହୁ ଧାନ ଜୀବନ ନଷ୍ଟ ହେଉଛି ।ବିଦ୍ୟୁତ୍ ବିଭାଗ ତରଫରୁ ତାର ଯାଇଥିବା ସ୍ଥାନରୁ ଡାଳପତ୍ର କାଟି ସଫା ରଖିବା କଥା କିନ୍ତୁ ବିଦ୍ୟୁତ୍ ବିଭାଗ ତରଫରୁ ଅବହେଳା କରାଯାଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସମସ୍ୟାର ସମାଧାନ ସହ ମୃତ ଗୋରୁ ଗାଈ ମାଲିକଙ୍କୁ କ୍ଷତି ପୂରଣ ଦେବାକୁ ଅଞ୍ଚଳବାସି ଦାବୀ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କୋଦଳା ସବ ପୋଷ୍ଟ ଅଫିସରେ ଅବ୍ୟବସ୍ଥା ଅଭିଯୋଗ

ରିପୋର୍ଟ: ରାକେଶ ମହାରଣା //କୋଦଳା(୧୩/୦୭): ଦିର୍ଘଦିନ ଧରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଥିବା ସବ ପୋଷ୍ଟ ଅଫିସରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ଜନ ସାଧାରଣ।...

୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଚରାରୋପଣ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୧୩.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଝରିଗାଁ ଥାନା କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ ପରିସରରେ ଚାରାରୋପଣ...

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

Recent Comments

%d bloggers like this: