Related Contents

ବଡ଼ଚଣା ବ୍ଲକରେ ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳରେ ଅଂଶୁଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ମୃତକ ଜଣକ ଧାନମଣ୍ଡଳ ଗାଁର ଶଶୀଭୂଷଣ ଦାସ । ଆଜି ସକାଳୁ ସେ ଜଙ୍ଗଲକୁ ଜାଳେଣି ପାଇଁ ଯାଇଥିବା ବେଳେ ଅଚେତ ଅବସ୍ଥାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ ଖରା ସହ୍ୟ କରି ନ ପାରି ତାଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Comments are closed.